ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଭାରତୀୟଙ୍କୁ ଏହି ଏୟାରପୋର୍ଟରେ ଛାଡ଼ିବ ଆମେରିକୀୟ ବିମାନ , କିଛି ତ ଆସିବା କ୍ଷଣି ହେବେ ଗିରଫ

Published By : Prameya | February 4, 2025 5:40 PM

ନୂଆଦିଲ୍ଲୀ- ଆମେରିକାରେ ଅବୈଧ ରୂପେ ରହୁଥିବା ୨୦୫ ଭାରତୀୟକୁ ନେଇ ଚାଲିଥିବା ବିମାନ ବୁଧବାର ଅମୃତସରରେ ପହଞ୍ଚିବ। ଆମେରିକୀୟ ସେନାର ସି-୧୭ପ୍ଲେନ୍‌ ଶ୍ରୀ ଗୁରୁ ରାମଦାସ ଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସକାଳ ୯ଟା ସମୟରେ ଲ୍ୟାଣ୍ଡ କରିବ। ଏହି ୨୦୫ ଭାରତୀୟଙ୍କୁ ପ୍ରଥମ ରାଉଣ୍ଡରେ ଆମେରିକାରୁ ପଠା ଯାଉଛି। ଏହାପରେ ମଧ୍ୟ ଶହ ଶହ ଅନ୍ୟ ଲୋକଙ୍କୁ ଫେରେଇ ଆଣିବାକୁ ପ୍ରସ୍ତୁତି ଚାଲିଛି। ଆମେରିକୀୟ ସେନା ବିମାନ ସି-୧୭ ସେନା ଏଣ୍ଟୋନିୟୋରୁ ଅମୃତସର ପାଇଁ ପ୍ରସ୍ଥାନ କରି ସାରିଛି। ଏବେସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୫୦୦୦ ଭାରତୀୟଙ୍କୁ ପ୍ରଥମ ରାଉଣ୍ଡରେ ଭାରତ ପଠାଇବାର ପ୍ରସ୍ତୁତି ରହିଛି। ମୋଟ ୧୮ ହଜାର ଅବୈଧ ପ୍ରବାସୀଙ୍କୁ ଆମେରିକାରେ ଚିହ୍ନିତ କରାଯାଇଛି। ଏହି ଲୋକଙ୍କୁ ଫେରାଇ ଦିଆଯାଉଛି ଏବଂ ଯାହାଙ୍କର କାଗଜପତ୍ର ନାହିଁ, ତାଙ୍କୁ ଗ୍ୱାନ୍ତାନାମୋ ବେ ଜେଲ୍‌ ଭଳି ବିପଜ୍ଜନକ ସ୍ଥାନ ଉପରେ ରଖାଯିବ।

ଅମୃତସର ଏୟାରପୋର୍ଟରେ ପହଞ୍ଚିବା ପରେ ଏହି ସବୁ ୨୦୫ ଭାରତୀୟଙ୍କ ଡକ୍ୟୁମେଣ୍ଟ ଚେକ୍‌ କରାଯିବ। ଏହି କାମରେ ପୂରା ଦିନ ଲାଗିବ । କ୍ରିମିନଲ ରେକର୍ଡ ଚେକ୍‌ କରାଯିବ, ଏହାକି ଏୟାରପୋର୍ଟରେ ହିଁ ଗିରଫ କରାଯାଇ ପାରିବ। ଏଥିରେ କିଛି ଏମିତି ଲୋକ ମଧ୍ୟ ଥାଇ ପାରନ୍ତି, ଯିଏ ଭାରତରେ ଅପରାଧ କରି ଆମେରିକା ପଳାୟନ କରିଥିବେ। କୁହାଯାଉଛି କି, ପାଖାପାଖି ୨ଜଣ ଏମିତି ଗ୍ୟାଙ୍ଗଷ୍ଟର ଅଛନ୍ତି , ଯିଏ ଆମେରିକାରେ ବସି ପଞ୍ଜାବରେ ଗ୍ୟାଙ୍ଗ ଚଲାଉ ଥିଲେ ବା ପୁଣି ଅପରାଧ ଘଟାଇ ଫେରାର ହୋଇ ଯାଇଥିଲେ। ଏବେ ପଞ୍ଜାବ ପୁଲିସକୁ ଆମେରିକାର ଆକ୍ସନରେ ଆଶା ଉଦ୍‌ଜୀବିତ ହୋଇଛି। ଏହି ଲୋକ ଡଙ୍କି ରୁଟ୍‌ ଦେଇ ଆମେରିକାରେ ପହଞ୍ଚି ଥିଲେ ଏବଂ ଏବେ ଡକ୍ୟୁମେଣ୍ଟ ନପାଇବାରେ ଆମେରିକା ଚିହ୍ନଟ କରି ସେମାନଙ୍କ ଦେଶକୁ ପଠାଉଛି। 

ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀଙ୍କ ବିରୋଧରେ ଦୃଢ ଆଭିମୁଖ୍ୟ ଆପଣାଇଛନ୍ତି। ଆମେରିକାରେ ଅବୈଧ ପ୍ରବାସୀଙ୍କ ଧରା ପଗଡ଼ା ପାଇଁ ଟ୍ରମ୍ପ ସେନାର ସାହାଯ୍ୟ ନେଇଛନ୍ତି ଏବଂ ଗିରଫ କରି ଏମିତି ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଉଛି। ପଞ୍ଜାବ ଓ ହରିଆଣାରୁ ମଧ୍ୟ ବହୁ ସଂଖ୍ୟାରେ ଯୁବବର୍ଗ ଡଙ୍କି ରୁଟ୍‌ରେ ଆମେରିକାରେ ପ୍ରବେଶ କରି ଥିଲେ। ଏହି ଯୁବବର୍ଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅବୈଧ ରୂପେ ଆମେରିକାରେ ପହଞ୍ଚି ଥିଲେ।

କହି ରଖୁଛୁ କି, ଡୋନାଲ୍ଡ ଟ୍ରମ୍ପ ସରକାରର କହିବାନୁସାରେ, ସେ ଇତିହାସର ସବୁଠୁ ବଡ଼ ଡିପୋର୍ଟେସନ ଅଭିଯାନ ଚଲାଇବେ। ଏହା ମାଧ୍ୟମରେ ସେହି ସବୁ ଲୋକଙ୍କୁ ଆମେରିକାରୁ ବାହାର କରିବାର ପ୍ରସ୍ତୁତି ଚାଲିଛି, ଯିଏ ବିନା କାଗଜପତ୍ରରେ ଆସିଛନ୍ତି। ଖାଲି ଏତିକି ନୁହେଁ ଜନ୍ମଗତ ଆଧାରରେ ନାଗରିକତା ଥିବା ଆଇନକୁ ମଧ୍ୟ ବନ୍ଦ କରିବାର ଯୋଜନା ରହିଛି। 

ଡଙ୍କି ରୁଟ୍‌ରେ ଯାଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟି ଥିଲେ ରାହୁଲ ଗାନ୍ଧୀ-

କହି ରଖୁଛୁ କି , ହରିଆଣା ବିଧାନସଭା ନିର୍ବାଚନର ସରଗରମ୍‌ ମଧ୍ୟରେ ୨୦ ଡିସେମ୍ୱର, ୨୦୨୪ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିଆଣାରେ କରନାଲର ଗାଁ ଘୋଘଡିପୁରରେ ଜଣେ ଯୁବକ ଅମିତ ମାନଙ୍କ ପରିଜନଙ୍କୁ ସାକ୍ଷାକ କରିବାକୁ ଆସିଥିଲେ, ଯେଉଁଥିରେ ସେ ଆମେରିକା ଗସ୍ତ ସମୟରେ ଭେଟ ହୋଇ ଥିଲେ। ଅମିତ ମାନ ନିଜର ଜମି ବିକ୍ରି କରି, ଘର ବନ୍ଦା ରଖି ଡଙ୍କି ରୁଟ୍‌ରେ ଆମେରିକା ଯାଇ ଥିଲେ। ଏଥିରେ ପାଖାପାଖି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆମେରିକାରେ ଏକ କମ୍ପାନୀରେ ଡ୍ରାଇଭରର କାମ ମିଳିଥିଲା। ଠିକ୍‌ ଠାକ୍‌ ଟଙ୍କା ମଧ୍ୟ ଆୟ କରୁଥିଲେ ,କିନ୍ତୁ ଆକ୍ସିଡେଣ୍ଟ ପରେ ସମସ୍ୟା ଦେଖା ଦେଇଛି। ସେ ଠିକ୍‌ରେ ଚାଲି ପାରୁ ନାହାନ୍ତି। ନିଜ ଘରକୁ ଫେରିବାକୁ ଚାହିଁଛନ୍ତି। ସେତେବେଳେ ରାହୁଲ ଗାନ୍ଧୀ ଅମିତଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ସେ ତାଙ୍କ ପରିବାରକୁ ଭେଟିବାକୁ ଘରକୁ ଯିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.