ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ

Published By : Tapas Panda | July 12, 2025 8:01 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ମେକ୍ସିକୋ ଏବଂ ୟୁରୋପୀୟ ସଂଘ ଉପରେ ଶୁଳ୍କ ବୋମା ପକାଇଛନ୍ତି। ଟ୍ରମ୍ପ ମେକ୍ସିକୋ ଏବଂ ୟୁରୋପୀୟ ସଂଘ ପାଇଁ ନୂତନ ଶୁଳ୍କ ସମ୍ପର୍କରେ ଏକ ଚିଠି ଜାରି କରିଛନ୍ତି । ସେ ଘୋଷଣା କରିଛନ୍ତି ଯେ, ଆସନ୍ତା ମାସ ଆରମ୍ଭରୁ ଅର୍ଥାତ୍ ଅଗଷ୍ଟ ୧ ତାରିଖରୁ, ମେକ୍ସିକୋ ଏବଂ ୟୁରୋପୀୟ ସଂଘରୁ ଆମଦାନି ହେଉଥିବା ସମସ୍ତ ସାମଗ୍ରୀ ଉପରେ ଆମେରିକାରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ । ଆମେରିକା ରାଷ୍ଟ୍ରପତି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ମେକ୍ସିକୋ ଏବଂ ୟୁରୋପୀୟ ସଂଘକୁ ପଠାଯାଇଥିବା ଶୁଳ୍କ ଚିଠିଗୁଡ଼ିକୁ ସେୟାର କରିଛନ୍ତି । 

ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାମ୍ ପାର୍ଡୋଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ଟ୍ରମ୍ପ ଲେଖିଛନ୍ତି, ‘ଆପଣଙ୍କୁ ଏହି ଚିଠି ପଠାଇବା ମୋ ପାଇଁ ଏକ ବଡ଼ ସମ୍ମାନର ବିଷୟ, ଯାହା ଆମର ବାଣିଜ୍ୟ ସମ୍ପର୍କର ଶକ୍ତି ଏବଂ ପ୍ରତିବଦ୍ଧତାକୁ ଦର୍ଶାଏ। ଏହା ଏହି ସତ୍ୟକୁ ମଧ୍ୟ ପ୍ରତିଫଳିତ କରେ ଯେ, ଆମେରିକା ମେକ୍ସିକୋ ସହିତ ମିଳିତ ଭାବରେ କାମ ଜାରି ରଖିବାକୁ ରାଜି ହୋଇଛି।’

ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ସତ୍ତ୍ୱେ, ଦେଶର ଫେଣ୍ଟାନିଲ୍ ସଙ୍କଟର ସମାଧାନ ପାଇଁ ଆମେରିକା ମେକ୍ସିକୋ ଉପରେ ଶୁଳ୍କ ଲାଗୁ କରିଛି । ଡୋନାଲ୍ଡ ଟ୍ରମ୍ପ ଚିଠିରେ ଏହା ମଧ୍ୟ ଲେଖିଛନ୍ତି ଯେ, ‘ମେକ୍ସିକୋ ସୀମା ସୁରକ୍ଷାରେ ଆମକୁ ସାହାଯ୍ୟ କରିଆସୁଛି, କିନ୍ତୁ ମେକ୍ସିକୋ ଯାହା କରିଛି ତାହା ଯଥେଷ୍ଟ ନୁହେଁ । ମେକ୍ସିକୋ ଏପର୍ଯ୍ୟନ୍ତ କାର୍ଟେଲଗୁଡ଼ିକୁ ବନ୍ଦ କରିପାରିନାହିଁ ଯେଉଁମାନେ ସମଗ୍ର ଉତ୍ତର ଆମେରିକାକୁ ଡ୍ରଗ୍ସ-ଚାଲାଣର ଭୂମି କରିବାକୁ ଚେଷ୍ଟା କରୁଛନ୍ତି  ।  ମୁଁ ଏହା ହେବାକୁ ଦେଇପାରିବି ନାହିଁ ।’ 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେଏନ୍‌ଙ୍କୁ ଆମେରିକାର ଶୁଳ୍କ ସମ୍ପର୍କରେ ଏକ ଚିଠି ପଠାଇଛନ୍ତି। ଟ୍ରମ୍ପ ଚିଠିର ଲେଖିଛନ୍ତି, ‘ଆମେ ଅଗଷ୍ଟ ୧, ୨୦୨୫ ରୁ ୟୁରୋପୀୟ ସଂଘରୁ ଆମେରିକାକୁ ପଠାଯାଉଥିବା ସାମଗ୍ରୀ ଉପରେ କେବଳ ୩୦% ଶୁଳ୍କ ଲାଗୁ କରିବୁ ।  ଯାହା ସମସ୍ତ କ୍ଷେତ୍ରୀୟ ଶୁଳ୍କଠାରୁ ପୃଥକ ହେବ। ଏହା ବ୍ୟତୀତ, ଉଚ୍ଚ ହାରକୁ ଏଡାଇବା ପାଇଁ ଟ୍ରାନ୍ସସିପ୍ ହେଉଥିବା ସାମଗ୍ରୀ ଉପରେ ସମାନ ଭାବରେ ଉଚ୍ଚ ଶୁଳ୍କ ଲାଗୁ କରାଯିବ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.