ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

Cattle Transport: ଗୋରୁ ପରିବହନ ପାଇଁ କଡା ନିର୍ଦ୍ଦେଶନାମା ଜାରି କଲେ ମାଡ୍ରାସ ହାଇକୋର୍ଟ; ଏଣିକି ଦରକାର ପଡିବ ବୈଧ ପ୍ରମାଣପତ୍ର

Published By : Bijay Swain | February 4, 2025 8:26 PM

Image courtesy: indiatoday

ନୂଆଦିଲ୍ଲୀ: ମାନ୍ଦ୍ରାସ ହାଇକୋର୍ଟ ଗୋରୁ ପରିବହନକୁ ନେଇ ଏକ ଏୈତିହାସିକ ରାୟ ପ୍ରଦାନ କରିଛନ୍ତି। ଦୁର ଜାଗାକୁ ପରିବହନ କରାଯାଉଥିବା ଗୋରୁ ମାନଙ୍କ ପାଇଁ ଜାଗା ସୁନିଶ୍ଚିନ୍ତ କରିବା ସହ, ଗୋରୁମାନଙ୍କ ପ୍ରାମାଣିକରଣ ଓ ଅନ୍ୟାନ୍ୟ ସୁବିଧା ଗୁଡିକ ଉପରେ ଏହି ରାୟ ପ୍ରଦାନ କରାଯାଇଛି। 

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶରୁ ଏକ କଣ୍ଟେନର ଲୋରୀ ଯୋଗେ ୧୧୭ଟି ଗୋରୁଙ୍କୁ କେରଳ ଚାଲାଣ କରାଯଉଥିଲା। ଏହି କଣ୍ଟେନରରେ ଗୋରୁମାନଙ୍କୁ ଖାଦ୍ୟ, ପାଣି ଓ ଛିଡାହେବା ପାଇଁ ଜାଗା ଭଳି ମୈଳିକ ସୁବିଧା ଉପଲବ୍ଧ ନ କରାଯାଇ ଅତ୍ୟନ୍ତ ଅମାନବିୟ ଢଙ୍ଗରେ ଚାଲାଣ କରାଯାଉଥିଲା। ଏହାକୁ ନେଇ ନିମ୍ନ ଅଦାଲତରେ ଏକ ପିଟିସନ ଦାଏର କରାଯାଇଥିଲା। ହେଲେ ନିମ୍ନ ଅଦାଲତ ଏହି ଆବେଦନକୁ ଖାରଜ କରିଦେଇଥିଲା। ପରେ ପିଟିସନର ମାନେ ଏହି ପିଟିସନକୁ ହାଇକୋର୍ଟରେ ଦାଏର କରିଥିଲେ। ଜଷ୍ଟିସ୍ ଏମ୍ ନିର୍ମଲ କୁମାର ଏହି ପିଟିସନର ଶୁଣାଣୀ କରି ଏହି ଏୈତିହାସିକ ରାୟ ପ୍ରଦାନ କରିଛନ୍ତି।

ଏହି ମାମଲାରେ ଶୁଣାଣୀ କରି କୋର୍ଟ ପ୍ରିଭେନସନ୍ ଅଫ କ୍ରୁଏଲିଟି ଟୁ ଆନିମଲ ଆକ୍ଟ ଆଣ୍ଡ ଟ୍ରାନ୍ସପୋର୍ଟ ଅଫ ଆନିମଲ ରୁଲସ୍, ୧୯୭୮ର ଉଲଘଂନ ହୋଇଛି ବୋଲି ରାୟ ଦେଇଥିଲେ। ଏହା ସହ ସେମାନଙ୍କୁ ଅତ୍ୟନ୍ତ ଅମାନବିୟ ଢଙ୍ଗରେ ଚଲାଣ କରାଯିବା, ଅତ୍ୟନ୍ତ ଖରାପ ପରିବେଶରେ ପରିବହନ କରିବା ସହ ଗୋରୁ ମାନଙ୍କୁ ହୋସରେ ରଖିବା ପାଇଁ ତାଙ୍କ ଆଖିରେ ଲଙ୍କା ଗଉଣ୍ଡ ଫିଙ୍ଗା ଯାଇଛି ବୋଲି କୋର୍ଟ ଆଲୋକପାତ କରିଥିଲେ। 

ପ୍ରଚଳିତ ନିୟମାନୁସାରେ କୌଣସି ଭାରବୁହା ଯାନରେ ୬ରୁ ଅଧିକ ଗୋରୁ ପରିବହନ କରିବା ଆଇନଗତ ଦଣ୍ଡନିୟ। ଆଉ ଏହି ପ୍ରକାରର ପରିବହନ ପାଇଁ ବୈଧ ପ୍ରାଣୀଧନ ପ୍ରମାଣପତ୍ର ମଧ୍ୟ ରହିବା ଆବଶ୍ୟକ। ତେବେ ସମ୍ପୃକ୍ତ ଗୋରୁ ଚାଲାଣରେ ଏହି ନିର୍ଦ୍ଦେଶାବଳୀ ମଧ୍ୟରୁ କୌଣସିଟି ମଧ୍ୟ ପାଳନ କରାଯାଇ ନାହିଁ ବୋଲି ବିଚାରପତି କହିଥିଲେ।

ଏହି ମାମଲାର ପୂର୍ଣ୍ଣ ରାୟ ନଆସିବା ପର୍ଯ୍ୟନ୍ତ ଗୋରୁ ମାନଙ୍କୁ ସ୍ଥାନିୟ ଗୋଶାଳାକୁ ପଠାଇ ଦିଆଯାଇଛି। ଭବିଷ୍ୟତରେ ହେବାକୁ ଥିବା ଅନ୍ୟ ମାନବ ରହିତ ଗୋରୁ ଚାଲାଣ ପାଇଁ ବିଚାରପତି ରାୟ ପ୍ରଦାନ କରିଛନ୍ତି। ଗୋରୁ ମାନଙ୍କୁ ଚାଲାଣ ସମୟରେ ଠିଆହେବା, ବୁଲିବା ଓ ଶୋଇବା ପାଇଁ ପର୍ଯ୍ୟାପ୍ତ ଯାଗା, ପର୍ଯ୍ୟାପ୍ତ ଭେଣ୍ଚିଲେସନ ଓ ତାପମାତ୍ରା ନିୟନ୍ତ୍ରଣ ଓ ସେମାନଙ୍କଉ ନିରବିଚ୍ଛିନ୍ନ ଖାଦ୍ୟ, ପାନୀୟ ଯୋଗାଣ ରହିବାର ଆବଶ୍ୟକତା ରହିଛି। ଏହା ସହ ପରିବହନ ପୂର୍ବରୁ ଯାନକୁ ଭଲଭାବେ ଶୋଧନ କରିବାର ଆବଶ୍ୟକତା ରହିଛି ବୋଲି ବିଚାରପତି ରାୟ ପ୍ରଦାନ କରିଛନ୍ତି। 

ଦୁର ସ୍ଥାନକୁ ପରିବହନ ପୂର୍ବରୁ ଗୋରୁମାନଙ୍କ ପାଇଁ ବୈଧ ପ୍ରାଣୀଧନ ପ୍ରମାଣପତ୍ରର ଆବଶ୍ୟକତା ରହିଛି। ତେବେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଗୋରୁମାନଙ୍କର ଯାଞ୍ଚ ହେବାର ଆବଶ୍ୟକତା ରହିଛି ବୋଲି ମଦ୍ରାସ ହାଇକୋର୍ଟର ବିଚାରପତି ରାୟ ପ୍ରଦାନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.