ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ତ୍ରିବେଣୀ ସଙ୍ଗମରେ ପ୍ରଧାନମନ୍ତ୍ରୀ ମୋଦି, ପୂଜାର୍ଚ୍ଚନା କଲେ ପବିତ୍ର ବୁଡ ପକାଇଲେ

Published By : Ankita S | February 5, 2025 12:00 PM

ନୂଆଦିଲ୍ଲୀ,୦୫/ ୦୨: ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।  ଏହା ପରେ ପବିତ୍ର ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଡ ପକାଇ ସାରିବା ପରେ ଗଙ୍ଗା ନଦୀ କୂଳରେ ପୂଜାର୍ଚ୍ଚନା କରିବା ସହିତ ଆଳତୀ କରିଛନ୍ତି ମୋଦି  । ଗେରୁଆ ବସ୍ତ୍ର ସହ ବେକରେ ରୁଦ୍ରାକ୍ଷ ମାଳି ପକାଇ ସଙ୍ଗମ ଘାଟରେ ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ଗଙ୍ଗା ନଦୀରୁ ହାତ ହଲାଇ ଶ୍ରଦ୍ଧାଳୁଙ୍କୁ ଅଭିବାଦନ ଜଣାଇଥିଲେ । ସାଙ୍ଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

ପବିତ୍ର ମହାକୁମ୍ଭ ମେଳାରେ ଦୁଃଖଦ ଦଳଚକଟା ଘଟଣା ପରେ ପ୍ରୟାଗରାଜ ଗସ୍ତ କରି ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପୂର୍ବାହ୍ନ ୧୦ଟା ୫ ମିନିଟରେ ମୋଦି ପ୍ରୟାଗରାଜ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ଡିପିଏସ ହେଲିପ୍ୟାଡରେ ଆରିଆଲ ଘାଟ ଅଭିମୁଖେ ଯାତ୍ରା କରିଥିଲେ । ୧୦ଟା ୫୦ ମିନିଟରେ ଆରିଆଲ ଘାଟରୁ ମହାକୁମ୍ଭ ଅଭିମୁଖେ ଏକ ଡଙ୍ଗାରେ ଯାତ୍ରା କରିଥିଲେ ।  ଏହା ପରେ ସଙ୍ଗମ ଘାଟରେ ପବିତ୍ର ବୁଡ ପକାଇବା ପରେ ଗଙ୍ଗା ନଦୀ କୂଳରେ ପୂଜାର୍ଚ୍ଚନା କରିଥିଲେ ।  

ଏହା ପରେ ପ୍ରଧାନମନ୍ତ୍ରୀ ସେଠାରେ ସାଧୁ ସନ୍ଥଙ୍କ ସହ ଆଲୋଚନା କରିବେ । ଏହା ସହିତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିବେ । ଫେବୃଆରୀ ୫ରେ  ପ୍ରଧାନମନ୍ତ୍ରୀଙ୍କ କୁମ୍ଭମେଳା ଗସ୍ତକୁ ନେଇ ଚର୍ଚ୍ଚା ହେଉଛି । ଆଜି  ମାଘ ଅଷ୍ଟମୀ ସହ ଭୀଷ୍ମ ଅଷ୍ଟମୀ ସହ ଦିଲ୍ଲୀ ବିଧାନସଭା ନିର୍ବାଚନ ଜାରି ରହିଛି । ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...Maha Kumbh: କୁମ୍ଭମେଳାରେ ବୁଡ ପକାଇଲେ ଭୁଟାନ ରାଜା; ରାଜ୍ୟପାଳଙ୍କ ସହ କଲେ ଆଲୋଚନା

ପ୍ରକାଶ ଥାଉ କି, ଗତ ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ । ଭବ୍ୟ ଦିବ୍ୟ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବାବା, ସାଧୁ ସନ୍ଥଙ୍କ ସମାଗମ ହୋଇଛି । ଆସନ୍ତା ଫେବୃଆରୀ ୨୬ ତାରିଖ ଯାଏ କୁମ୍ଭମେଳା ଚାଲିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.