ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ନୋଏଡ଼ାରେ ସ୍କୁଲକୁ ବୋମା ବିସ୍ଫୋରଣ ଧମକ, ଇମେଲରେ ଚେତାବନୀ

Published By : Anindita | February 5, 2025 12:33 PM

ନୂଆଦିଲ୍ଲୀ,୦୫/୦୨: ଦିଲ୍ଲୀ ପରେ ଏବେ ନୋଏଡ଼ାରେ ସ୍କୁଲକୁ ବୋମା ବିସ୍ଫୋରଣ ଧମକ।  ଆଜି  ସକାଳେ ଇମେଲ ମାଧ୍ୟମରେ ନୋଏଡ଼ାର ଗୌତମବୁଧ ନଗର ଜିଲ୍ଲାର କିଛି ସ୍କୁଲକୁ ବୋମା ଧମକ ମିଳିଛି। ଯାହା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ଏନେଇ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି। ତେବେ ଧମକ ମିଳିଥିବା ସ୍କୁଲ ମଧ୍ୟରେ ହେରିଟେଜ ସ୍କୁଲ ଓ ମୟୁର ସ୍ତୁଲ ମଧ୍ୟ ସାମିଲ ଅଛି । 

ସୂଚନା ଅନୁସାରେ, ସମସ୍ତ ସ୍ଥାନରେ ସ୍ଥିତି ଭଲ ରହିଛି। ଅନେକ ସ୍କୁଲରେ ପୁଣିଥରେ ପାଠପଢା ମଧ୍ୟ ଆରମ୍ଭ ହୋଇଛି ।  ନୋଏଡ଼ା ପୋଲିସ ଟିମ୍ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଯାଏଁ କୌଣସି ବି ସ୍କୁଲରୁ କିଛି ଆପତ୍ତିଜନକ ସାମଗ୍ରୀ ମିଳିନି । ଷ୍ଟେପ ବାୟ ସ୍କୁଲ, ଦ ହରିଟେଜ ସ୍କୁଲ ଓ ମୟୁର ସ୍ତୁଲକୁ ସ୍ପାମ ଇମେଲ୍ ଦ୍ବାରା ବୋମା ଧମକ ମିଳିଥିଲା ।ୟାହାପରେ ବିଭିନ୍ନ ପୋଲିସ ଟିମ୍, ବୋମା ସ୍କ୍ବାଡ ସମସ୍ତ ସ୍ଥାନ ଯାଞ୍ଚ କରିଚନ୍ତି । ସାଇବର ଟିମ ଦ୍ବାରା ଇମେଲ୍‌ର ଯାଞ୍ଚ କରାଯାଉଛି। ପୋଲିସ ଏଭଳି ମିଛ ଗୁଜୋବକୁ ଧ୍ୟାନ ନ ଦେଇ ସଂଯମତା ରକ୍ଷା କରିବା କରିବାତୁ ଅନୁରୋଧ କରିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.