ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା

Published By : Harapriya Sethi | February 5, 2025 11:34 AM

ଭୁବନେଶ୍ୱର,୦୫/୦୨: ମା' ପୁଅଙ୍କ ମୁଣ୍ଡରେ ବନ୍ଧୁର ଲଗାଇ ଘରୁ ଲୁଟିନେଲେ ସୁନା ସହ ଟଙ୍କା । ଘଟଣାର ଛାନଭିନ୍‌ କରୁଛି ରାଜଗାଙ୍ଗପୁର ଥାନା ପୋଲିସ । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାସବାହଲ ନିୟୁ ଏଲ୍‌ଏନ୍‌ଟି କଲୋନୀର ରବିନ୍ଦ୍ର ନାଏକଙ୍କ ଘରୁ ଏହି ଲୁଟ୍‌ ହୋଇଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ସୁନ୍ଦରଗଡ଼ରେ ମାତିଛନ୍ତି ଲୁଟେରା । କିଛି ଦିନ ତଳେ ସୁନ୍ଦରଗଡ ହେମଗିରି ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା । ଲୁଟେରାମାନେ ପରିବାର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଲୁଟ୍‌ କରିଥିଲେ । ଏପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କୁ ଧରି ନଥିବା ବେଳେ ଆଉ ଏକ ଲୁଟ୍‌ ଖବର ସାମ୍ନାକୁ ଆସିଛି । ମା ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଘରେ ଥିବା ସୁନା ଗହଣା ସହ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ଏହି ଲୁଟେରା ମାନଙ୍କୁ କେବେ ଧରିବ ପୋଲିସ, ସେନେଇ ଉଠୁଛି ପ୍ରଶ୍ନ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.