ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ, ଓଡ଼ିଶାର ୭ଟି ସ୍ଥାନରେ ରେଡ୍

Published By : Prameya | January 30, 2025 8:47 AM

ବଣାଇ, ୩୦।୧: ସୁନ୍ଦରଗଡ଼ ବଣାଇର ଆଇଟିଡିଏରେ ଥିବା ପ୍ରକଳ୍ପ ଅଧିକାରୀ ଶ୍ରୀ ବିଶ୍ୱଦର୍ଶୀ ସାହୁଙ୍କୁ ଘରେ ଭିଜିଲାନ୍ସ ଚଢ଼ାଉ । ଓଡ଼ିଶାର ୭ଟି ସ୍ଥାନରେ ଭିଜିଲାନ୍ସ ଗୁରୁବାର ଏହି ଚଢ଼ାଉ କରିଥିବା ଜଣାପଡ଼ିଛି । ସ୍ୱତନ୍ତ୍ର ଜଜ୍‌ଙ୍କ ଅନୁମତିରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସ ଅଧିକୀରଙ୍କ ସମେତ ଜଣେ ଅତିରିକ୍ତ ଏସ୍‌ପି, ୧୦ ଜଣ ଇନସପେକ୍ଟର ଓ ଅନ୍ୟ ଅଧିକାରୀ ମଧ୍ୟ ସାମିଲ ଥିଲେ । ସୁନ୍ଦରଗଡ଼ରର ବଣାଇ, ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଆଦି ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା । 

ଶ୍ରୀ ସାହୁଙ୍କର ଭୁବନେଶ୍ୱରର ଓଲ୍ଡ ଟାଉନର ଶ୍ରୀରାମ ନଗରରେ ଥିବା ଦୁଇ ମହଲା କୋଠା, ଲକ୍ଷ୍ମୀନଗରର ଭଗବାନଟାୱାର ଓ ଖାରବେଳନଗରେ ଏକ ଫ୍ଲାଟ୍, ବାଲେଶ୍ୱର ଏସ୍‌ଏନ୍‌ ରୋଡ୍‌ରେ ଥିବା ସୁକୁମାର ନାୟକ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍, ଯାଜପୁର ଟାଉନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଓ ସୁନ୍ଦରଗଡ଼ ବଣାଇସ୍ଥିତ ତାଙ୍କ ସରକାରୀ ଅଫିସ୍ ଓ ସରକାରୀ ଘରେ ଭିିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.