ବ୍ରହ୍ମପୁର ୨୭/୦୧: ବ୍ରହ୍ମପୁର ଗୋଇଲୁଣ୍ଡି ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ। ଦାନ ବାକ୍ସକୁ ଖାଲି କରି ଦେଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟି ନେଇଥିବା ଥାନାରେ ଅଭିଯୋଗ କଲେ ମନ୍ଦିର କର୍ତ୍ତୃପକ୍ଷ। ଏନେଇ ପୋଲିସ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସହର ଏକାଧିକ ମନ୍ଦିରରୁ ଲୁଟେରାମାନେ ଲୁଟ କରିଥିବା ବେଳେ ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି।
ଏବେ ମନ୍ଦିରକୁ ଟାର୍ଗେଟ କରି ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରି କରିବାରେ ସଫଳ ହେଉଛି ଦୁର୍ବୁତ୍ତମ। ମନ୍ଦିର ଚୋରି ଘଟଣାରେ ପୁଲିସକୁ କୌଣସି ସଫଳତା ମିଳିନଥିବା ବେଳେ ପୁଣି ଏକ ମନ୍ଦିର ଚୋରି ଘଟଣା ପୁଲିସର ଚିନ୍ତା ବଢ଼ାଇଛି । ଲୁଟେରାମାନେ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ୍ ଓ ଚୋରି କରିବାରେ ସଫଳ ହେଉଛନ୍ତି। ଅଭିଯୁକ୍ତ ପୋଲିସ ଧରିବାରେ ବିଫଳ ହୋଉଥିବାରୁ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।