ପ୍ରମୂଖ ଖବର
  • ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଶେଷ ଦିନ, ୧୦ଟି ସେସନ୍‌ ଉପରେ ହେବ ଆଲୋଚନା
  • ||
  • ଜନତା ମଇଦାନ ସମ୍ମୁଖରେ କାର୍‌ ଦୁର୍ଘଟଣାଗ୍ରସ୍ତ, ଏୟାରବ୍ୟାଗ୍‌ ବଞ୍ଚାଇଦେଲା ୨ ଜୀବନ
  • ||

ସିଲ୍କସିଟିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଦୁଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ, ଗୁଳି ଫୁଟାଇ ଚମ୍ପଟ୍ ମାରିଲେ...

Published By : Prameya | January 27, 2025 2:54 PM

ଭୁବନେଶ୍ୱର ୨୭/୦୧: ବ୍ରହ୍ମପୁର ସହରରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ବୁଲାଇଲେ ଖଣ୍ଡା। ବିଜୁପୁର କାଳୀ ମନ୍ଦିର ନିକଟରେ ଦୁଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ। ଏତିକିରେ ରାଗ ଶାନ୍ତ ହେଲାନି ଗଲା ବେଳେକୁ ବନ୍ଧୁକରୁ ବ୍ଲାଙ୍କ ଫାଇରିଂ କରି ଘଟଣାସ୍ଥଳରୁ ଫେରାର ହୋଇଗଲେ ୧୫ରୁ ଅଧିକ ଯୁବକ। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଦୁଇ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି।

ସୂଚନା ମୁତାବିକ, ରବିବାର ବିଳମ୍ବିତ ରାତିରେ ବିଜୁପୁର କାଳୀ ମନ୍ଦିର ନିକଟରେ ସୁଜନ ଓ ତାଙ୍କର ଜଣେ ସାଙ୍ଗ କୌଣସି କାମରେ ଯାଉଥିଲେ । ଏହି ସମୟରେ ୧୫ରୁ ଅଧିକ ଯୁବକ ବାଇକ୍ ଏବଂ ସ୍କୁଟିରେ ଆସି ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ । ରାସ୍ତାରେ ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିବାରେ ଲାଗିଥିଲେ ଦୁର୍ବୃତ୍ତମାନେ। ତେବେ ଏହି ଆକ୍ରମଣରେ ଜଣେ ଯୁବକଙ୍କ ହାତ,ମୁଣ୍ଡ, ଶରୀର ବିଭିନ୍ନ ଅଂଶ ଖଣ୍ଡା ଚୋଟ ବାଜିଥିଲା। ଯୁବକଙ୍କ ଜଣକ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡି ରହି ଚିତ୍କାର କରିଥିଲେ। ସେପଟେ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ବ୍ଲାଙ୍କ ଫାଇରିଂ କରି ଚମ୍ପଟ୍ ମାରିଥିଲେ।  କିନ୍ତୁ ଗୁଳି କାହାକୁ ବାଜି ନଥିବା ସୂଚନା ମିଳିଛି। ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.