ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଗ୍ୟାଙ୍ଗଷ୍ଟାର ଅନମୋଲ ବିଷ୍ଣୋଇ ଓ ୨ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କଲେ କୋର୍ଟ…

Published By : Prameya | January 29, 2025 10:57 PM

ନୂଆଦିଲ୍ଲୀ: ଜଣାଶୁଣା ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ମୁମ୍ବାଇର ଏକ କୋର୍ଟ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ ଏବଂ ଅନ୍ୟ ଦୁଇ ଜଣ ମୋଷ୍ଟ ୱାଣ୍ଟେଡ୍ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ (MCOCA) ଅଧୀନରେ ମାମଲା ପରିଚାଳନା କରୁଥିବା ବିଚାରପତି ବି.ଡି ଶେଲ୍କେ ତାଙ୍କ ଆଦେଶରେ କହିଛନ୍ତି ଯେ, ଅଦାଲତଙ୍କ ମତ ହେଉଛି ଯେ "ୱାଣ୍ଟେଡ୍ ଅଭିଯୁକ୍ତ ବିଷ୍ନୋଇ ଫେରାର୍ ହୋଇଯାଇଛି କିମ୍ବା ସେ ସମନ ପାଳନ କରିବ ନାହିଁ।

ମାମଲା ସମ୍ପର୍କରେ ବିଚାରପତି କହିଛନ୍ତି ଯେ, ଅନମୋଲ ବିଷ୍ନୋଇ ପଳାତକ ଅଛନ୍ତି, ତେଣୁ ତାଙ୍କର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ତାଙ୍କ ବିରୁଦ୍ଧରେ ସ୍ଥାୟୀ ଜାମିନ ବିହୀନ ୱାରେଣ୍ଟ ଜାରି କରିବାର ଆବଶ୍ୟକତା ରହିଛି। ପଳାତକ ଅଭିଯୁକ୍ତ ଶୁଭମ ଲୋଙ୍କାର ଏବଂ ମହମ୍ମଦ ୟାସିନ ଅଖତରଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବା ସମୟରେ କୋର୍ଟ ସମାନ ଟିପ୍ପଣୀ କରିଛନ୍ତି।

ବିଚାରପତି କହିଛନ୍ତି ଯେ, ଏପ୍ରିଲ ୨୦୨୪ ରେ ଅଭିନେତା ସଲମାନ ଖାନଙ୍କ ବାନ୍ଦ୍ରା ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡ ସହିତ ଜଡିତ ଏକ ମାମଲାରେ କୋର୍ଟ ପୂର୍ବରୁ ଆମେରିକାର ଏକ ସକ୍ଷମ ଅଧିକାରୀଙ୍କ ନିକଟକୁ ଅନମୋଲ ବିଷ୍ନୋଇଙ୍କୁ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ ଜାରି କରିସାରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସିଦ୍ଦିକୀଙ୍କ ହତ୍ୟା ମାମଲାରେ ପୋଲିସ ଗିରଫ ହୋଇଥିବା ୨୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଅନମୋଲ ବିଷ୍ନୋଇ ଲୋଙ୍କାର ଏବଂ ଅଖତାରଙ୍କୁ ୱାଣ୍ଟେଡ୍ ଅଭିଯୁକ୍ତ ଭାବରେ ଦର୍ଶାଯାଇଥିଲା।

ସୂଚନାଥାଉକି ମହାରାଷ୍ଟ୍ର ସରକାରଙ୍କ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଅକ୍ଟୋବର ୧୨ ତାରିଖରେ ତିନି ଜଣ ଲୋକ ଗୁଳି କରି ହତ୍ୟା କରିଥିଲେ। ସେହି ସମୟରେ, ସେ ତାଙ୍କ ପୁଅ ଜୀଶାନ ସିଦ୍ଦିକୀଙ୍କ ଅଫିସରୁ ବାହାରି ଦୁର୍ଗା ପୂଜା ପାଳନ କରିବା ପାଇଁ ମଣ୍ଡପ ଆଡ଼କୁ ଯାଉଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.