ନୂଆଦିଲ୍ଲୀ : ଲୋକସଭା ନେତା ବିରୋଧୀ ତଥା କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଦିନ କହିଛନ୍ତି, ଯଦି ତାଙ୍କ ପାର୍ଟି ଦଳିତ, ପଛୁଆ ଓ ଅତି ପଛୁଆ ବର୍ଗଙ୍କ ଭରସା ବଜାୟ ରଖିଥାନ୍ତି ତ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) କେବେ ବି କ୍ଷମତାକୁ ଆସି ପାରି ନଥାନ୍ତା। ସେ ଦଳିତ ଇନଫ୍ଲୁଏନ୍ସର୍ସଙ୍କୁ ସମ୍ୱୋଧିତ କରି ଏହା ମଧ୍ୟ କହିଛନ୍ତି କି, ସେ ନିଜ ପାର୍ଟିରେ ଆଭ୍ୟନ୍ତରୀଣ କ୍ରାନ୍ତି ଆଣିବେ ଏବଂ ସଙ୍ଗଠନରେ ବଞ୍ଚିତ ବିଭାଗର ଲୋକଙ୍କୁ ସଙ୍ଗଠନରେ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆଯିବ।
ରାହୁଲ ରାନ୍ଧୀଙ୍କର କହିବା ଥିଲା କି ,ତାଙ୍କୁ ଏହା ସ୍ୱୀକାର କରିବାରେ କୌଣସି କୁଣ୍ଠାବୋଧ ନାହିଁ କି , ୧୯୯୦ ଦଶକରୁ କଂଗ୍ରେସ ବଞ୍ଚିତ ବର୍ଗଙ୍କ ହିତର ସେହିପରି ରକ୍ଷା କରିପାରି ନାହିଁ , ଯେଉଁ ପ୍ରକାରର ତାକୁ କରିବା ଉଚିତ୍ ଥିଲା। ସେ କହିଛନ୍ତି , ଆମେ ଦଳିତ , ପଛୁଆ , ଅତି ପଛୁଆଙ୍କ ବିଶ୍ୱାସ ଯଦି ଜାରି ରଖିଥାନ୍ତି ତ ଆରଏସଏସ କେବେ କ୍ଷମତାକୁ ଆସି ପାରିନଥାନ୍ତି ...ଇନ୍ଦିରା ଗାନ୍ଧୀଜୀଙ୍କ ସମୟରେ ପୂରା ଭରସା ତିଷ୍ଠି ରହିଥିଲା। ଦଳିତ , ଆଦିବାସୀ ପଛୁଆ ଓ ସଂଖ୍ୟାଲଘୁ ସମସ୍ତେ ଜାଣିଥିଲେ କି , ଇନ୍ଦିରା ଜୀ ତାଙ୍କ ପାଇଁ ଲଢିବେ।
ରାହୁଲ କହିଛନ୍ତି , ୧୯୯୦ ପରେ ବିଶ୍ୱାସରେ ଅଭାବ ଘଟିଲା। ଏହି ବାସ୍ତବିକତାକୁ କଂଗ୍ରେସକୁ ସ୍ୱୀକାର କରିବାକୁ ପଡ଼ିବ ...କଂଗ୍ରେସ ଯେଉଁ ପ୍ରକାରରେ ଆପଣଙ୍କ ହିତକୁ ସୁରକ୍ଷା ଦେବାର ଥିଲା , ତାହା କରି ନାହିଁ। ଏହି ବୟାନରେ ମୋର କ୍ଷତି ଘଟିପାରେ , କିନ୍ତୁ ମୋତେ କୌଣସି ଫରକ ପଡ଼ିବ ନାହିଁ , କାରଣ ଏହି ସତ୍ୟ।
ଲୋକସଭାରେ ବିରୋଧୀ ଦଳର ନେତା ଦଳିତ ସଂପ୍ରଦାୟର ଲୋକଙ୍କୁ କହିଛନ୍ତି ଯେ, କଂଗ୍ରେସରେ ପ୍ରଥମେ ଆଭ୍ୟନ୍ତରୀଣ କ୍ରାନ୍ତୀ ଆଣିବାକୁ ହେବ। ଯେଉଁଥିରେ ଆମେ ଆପଣ ସମସ୍ତଙ୍କୁ (ସଙ୍ଗଠନରେ) ସାମିଲ କରିବ। ସେ ଦାବି କରିଛନ୍ତି କି, ହିନ୍ଦୁସ୍ତାନର ଶିକ୍ଷା ବ୍ୟବସ୍ଥା କେବେ ବି ଦଳିତ ଓ ପଛୁଆଙ୍କହାତରେ ରହି ନାହିଁ। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି , ବର୍ତ୍ତମାନର ଢାଞ୍ଚାରେ ଦଳିତ ଓ ପଛୁଆଙ୍କର ସମସ୍ୟା ସମାଧାନ ହେବାର ନାହିଁ , କାରଣ ବିଜେପି ଓ ଆରଏସଏସ ପୂରା ସିଷ୍ଟମକୁ ନିୟନ୍ତ୍ରଣକୁ ନେଇ ସାରିଛି।
ସେ କହିଛନ୍ତି , ଦଳିତ , ଆଦିବାସୀ ଓ ପଛୁଆ ବର୍ଗଙ୍କ ପାଇଁ ଦ୍ୱିତୀୟ ସ୍ୱାଧୀନତା ଆସିବାକୁ ଯାଉଛି , ଯେଉଁଥିରେ କେବଳ ରାଜନୀତିକ ପ୍ରତିନିଧିତ୍ୱ ପାଇଁ ଲଢିବାର ନାହିଁ, ବରଂ ସଂସ୍ଥା ଓ କର୍ପୋରେଟ ଜଗତରେ ଭାଗ ନେବାକୁ ହେବ। ରାହୁଲ ଗାନ୍ଧୀ ଏହି ଅଭିଯୋଗ ମଧ୍ୟ ଲଗେଇଛନ୍ତି ଯେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦଳିତ ବିରୋଧୀ।
ସେ କହିଛନ୍ତି , ମୁଁ ଆପଣଙ୍କୁ ସ୍ପଷ୍ଟ ରୂପେ କହୁଛି କି ଯେବେ କେଜ୍ରିୱାଲ ଜୀ (ରାଜନୀତିକୁ ) ଆସିଲେ , ମୁଁ ଆରମ୍ଭରେ ତାଙ୍କୁ ବୁଝିବାକୁ ଚେଷ୍ଟା କଲି । ମୋତେ ବୁଝାପଡ଼ିଲା କି କେଜ୍ରିୱାଲ ମଧ୍ୟ ନରେନ୍ଦ୍ର ମୋଦିଙ୍କ ପରି ସଂରକ୍ଷଣ ଓ ଦଳିତ ବିରୋଧୀ ।