ଭଦ୍ରକ ୨୮/୦୧: ଅଟୋରେ ହେଉଥିଲା ଦେଶୀ ମଦ ଚାଲାଣ। ପୋଲିସ, ଅବକାରୀ ବିଭାଗକୁ ଚକମା ଦେଇ ଚାଲିଥିଲା କାରବାର। ହେଲେ ବେଶୀ ଦିନ ଚାଲିପାରିଲାନି ବେପାର। ଅବକାରୀ ଥାନା ଅଧିକାରୀ ଶ୍ରୀକାନ୍ତ ମୁର୍ମୁଙ୍କ ହାତରେ ଲାଗିଲା ଗୁପ୍ତ ସୂଚନା। ଟିପ୍ ମିଳିବା ପରେ ଆକ୍ସନ୍ ଆସିଥିଲେ ସ୍ବତନ୍ତ୍ର ଟିମ୍। ଭଦ୍ରକ ଟାଉନ ଥାନା ଅଧିନସ୍ଥ ଗବସାହି ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଠାରେ କରାଯାଇଥିଲା ଚଢ଼ାଉ। ଅଟୋରୁ ଜବତ ହୋଇଥିଲା ୬୫୦ ଲିଟର ଦେଶୀ ମଦ। ଧରାପଡିଥିଲେ ଦୁଇ ଚାଲାଣକାରୀ। ଏନେଇ ଶ୍ରୀକାନ୍ତ ମୁର୍ମୁ ସୂଚନା ଦେଇଛନ୍ତି।
ସୂଚନା ଅନୁଯାଇ, ଭଦ୍ରକ ଟାଉନ ଥାନା ଅଧିନସ୍ଥ ଗବସାହି ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗାଠାରେ ଏକ ଅଟୋରେ ଦେଶୀ ମଦ ଚାଲାଣ ହେଉଥିଲା। ଭଦ୍ରକ ଅବକାରୀ ଥାନା ଅଧିକାରୀଙ୍କୁ ସୂଚନା ମିଳିବାପରେ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା। ଯେଉଁଥିଲେ ୧୨ଟି ବସ୍ତା ଭିତରୁ ୬୫୦ ଲିଟର ଦେଶୀମଦ ସହ ଏକ ଅଟୋକ ଜବତ କରାଯାଇଥିଲା। ଯାହାର ଅନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଚୋରା ଦେଶୀ ମଦ ଚାଲାଣ ମାମଲାରେ ସଂପୃକ୍ତ ଥିବା ଦୁଇ ଜଣ ଗିରଫ କରାଯାଇଛି। ତେବେ ଏହି ଚଢ଼ାଉରେ ଏ.ଏସ୍.ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରୁଦ୍ରନାରାୟଣ ଦାସ, ପରେଶ ଟୁଡୁ, ଜେମାମଣୀ ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ଦୁଇ ଗୋଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଚାଲିଛି।