ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ନାଳରୁ ନିଖୋଜ ଶିଶୁକନ୍ୟା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତି ଅଟକ

Published By : Prameya | January 19, 2025 9:28 AM

ବଣାଇ, ୧୯।୧: ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡିହି ପଞ୍ଚାୟତର ଜଡ଼ା ଗ୍ରାମରେ ଦୁଇ ଦିନ ତଳେ ଜଣେ ୪ ବର୍ଷର ଶିଶୁକନ୍ୟା ନିଖୋଜ ଥିଲେ । ରବିବାର ଶିଶୁକନ୍ୟାଟିର ମୃତ୍ୟୁଦେହ ଉଦ୍ଧାର ପରେ ଏହା ଏକ ହତ୍ୟା କାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଯାହା ପରେ ପୋଲିସ ପଡ଼ୋଶୀ ଦମ୍ପତିକୁ ଅଟକ ରଖି ପଚାରଉଚରା କରୁଛି । 

ସୂଚନାନୁସାରେ, ଜଡ଼ା ଗ୍ରାମର ରାଜୁ ମୁଣ୍ଡାର ୪ ବର୍ଷର ଝିଅ ଦୀପାଳି ମୁଣ୍ଡା ଦୁଇ ଦିନ ତଳେ ଖେଳିବା ପାଇଁ ଘରୁ ବାହାରକୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରେ ଘର ଲୋକ ପାଖ ପଡ଼ୋଶୀ ସବୁଆଡ଼େ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ସେଦିନ ସନ୍ଧ୍ୟାରେ ଆଉ ପାଇନଥିଲେ । ୨ ଦିନ ପରେ ଘରଠାରୁ କିଛି ଦୂରରେ ଚାଷ ଜମିରେ ଥିବା ଏକ ଛୋଟ ନାଳରେ ଶିଶୁକନ୍ୟାର ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ଏନେଇ ଗୁରୁଣ୍ଡିଆ ପୋଲିସକୁ ଖବର ଦେବାପରେ ପୋଲିସ ରବିବାର ସକାଳୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଣାଇ ସରକାରୀ ଡାକ୍ତରଖାନାକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ପଡ଼ୋଶୀ ଦମ୍ପତିକୁ ଅଟକ ରଖି ପଚାରଉଚୁରା କରୁଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.