ବ୍ରହ୍ମପୁର,୦୫/୦୨: ପେଟ ପାଟଣା ପାଇଁ ବେଙ୍ଗାଲୁରୁ ଯାଇଥିଲେ ୫ ଦାଦନ ଶ୍ରମିକ । ସେଠାରେ ଖାଇବା ପାଇଁ ରୋଷେଇ କରିବା ବେଳେ ବିସ୍ଫୋରଣ ହେଲା ଗ୍ୟାସ୍ । ନିଆଁ ଲାଗି ଗୁରୁତର ହେଲେ ୫ ଜଣ ଦାଦନ ଶ୍ରମିକ । ନିଆଁରେ ପୋଡି ହୋଇଯାଇଥିବା ଶ୍ରମିକ ମାନେ ବ୍ରହ୍ମପୁର ଥାନା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧିନସ୍ତ ଜେନାପୁର ଗ୍ରାମର ସନ୍ତୋଷ ବେହେରା, ପବିତ୍ର ସେଠି, ରୁନା ସାହୁ, ବିପିନ ସେଠି, ସାରଥୀ ସେଠି ବୋଲି ଜଣାପଡ଼ିଛି ।
ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
ସୂଚନା ମୁତାବକ, ଜେନାପୁର ଗ୍ରାମର ପାଞ୍ଚଜଣ ଯୁବକ ନିଜ ପେଟ ପାଟଣା ପାଇଁ ଜାନୁଆରୀ ମାସରେ ସୁଦୂର ବେଙ୍ଗାଲୁରୁ ଯାଇଥିଲେ । ସମସ୍ତ ଶ୍ରମିକ ସେଠାରେ ଗୋଟିଏ ସ୍ପେର ପାର୍ଟ କମ୍ପାନୀରେ କାମ କରିଆସୁଥିଲେ । ଉକ୍ତ ଶ୍ରମିକ ମାନେ ନିଜର କାମ ଧନ୍ଦା ସାରି ନିଜ ରହିବା ଜାଗାରେ ରୋଷେଇ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ରୋଷେଇ କରିବା ପାଇଁ ଗ୍ୟାସ୍ରେ ଅଗ୍ନି ସଂଯୋଗ କରିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ସାରା ରୁମ୍ରେ ବ୍ୟାପି ଯାଇଥିଲା । ନିଆଁ ଭୟରେ ପାଞ୍ଚ ଜଣ ରୁମ୍ରୁ ବାହାରିବାକୁ ଚେଷ୍ଟା କରୁ କରୁ ଗୁରୁତର ଭାବରେ ପୋଡି ଯାଇଥିବା ସୂଚନା ମିଳିଛି । ଏହା ଦେଖି ସ୍ଥାନୀୟ ଲୋକେ ଉକ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଚିକତ୍ସା ନିମନ୍ତେ ମେଡିକାଲ ପଠାଇଥିଲେ । ଏପଟେ ଏହି ଦୁଖଃଦ ଖବର ପାଇ ସମସ୍ତ ଶ୍ରମିକଙ୍କ ପରିବାର ଲୋକ ଆତଙ୍କିତ ହୋଇ ଆହତ ମାନଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇ ରହିଛନ୍ତି ।