ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଅନ୍‌ଲାଇନ୍‌ ଟ୍ରେଡର୍‌ଙ୍କୁ ଅପହରଣ ଘଟଣା: ୪ କୋଟି ଟଙ୍କା ମାଗିଲେ, ୩ ଗିରଫ

Published By : Prameya | January 30, 2025 12:21 PM

ବ୍ରହ୍ମପୁର, ୩୦/୦୧: ବିନିଯୋଗ ଅର୍ଥର ଦୁଇ  ଗୁଣ ଫେରସ୍ତ କରିବା ପ୍ରତିଶ୍ରୁତି ଦେଇ ୪ କୋଟି ଟଙ୍କା  ଚଳୁ କରିଦେଇଛନ୍ତି ଜଣେ ଅନ୍‌ଲାଇନ୍‌ ଟ୍ରେଡର ।  ଟଙ୍କା ଫେରସ୍ତ ନ କରିବାରୁ ଟ୍ରେଡର ବ୍ରହ୍ମପୁର  ପାତ୍ରପେଟା ସାହିର ସେଖ୍‌ ସୁଲେମାନ୍‌ ଅଲ୍ଲୀ(୩୪) ଙ୍କୁ ଅପହରଣ କରି ଜମା ଟଙ୍କା ମାଗିଲେ ଜମାକାରୀ । ଅପହୃତ ଟ୍ରେଡରଙ୍କୁ ଉଦ୍ଧାର କରିବା ସହ ଏହି  ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । 

ଗିରଫ ଅଭିଯୁକ୍ତ ବ୍ରହ୍ମପୁର ଟାଉନ୍‌ ଥାନା  ପୁଲିସ ବ୍ରହ୍ମପୁର ହର୍ଷ ବିହାରର ଶେଖ୍‌ ଅଲ୍‌ତାଫ  ଓରଫ ଅଲତାଫ(୩୨), ଖ୍ୱାଜା ସାହିର ମହମ୍ମଦ ସତାର୍‌ ଓରଫ୍‌ ଇମ୍‌ରାନ୍‌ (୩୯) ଓ ଗୋଲିଲା  ସାହିର ସୟଦ୍‌ ନୁର୍‌ ମହମ୍ମଦ ଖାଦ୍ରି ଓରଫ୍‌  ଜାଫର(୩୦) । ସେମାନଙ୍କ ଠାରୁ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ସେପଟେ ଟଙ୍କା ଠକେଇ  ଓ ଆକ୍ରମଣ ଦୁଇଟି ମାମଲାରେ ଅପହୃତ ସେଖ୍‌  ସୁଲେମାନ ଅଲ୍ଲୀ, ଆକ୍ରମଣ ମାମଲାରେ ଖ୍ୱାଜା  ସାହିର ୟୁନୁସ୍‌ ଖାନ୍‌ (୪୦) ଓ ସଲିମ୍‌ ଖାନ୍‌  (୩୭), ମନସୁର ବେଗ୍‌(୪୧), ସୟଦ  ଏହସାନ୍‌(୩୩), ଶେଖ ଅଜିମ୍‌(୩୩)ଙ୍କୁ ମଧ୍ୟ  ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।  

ବ୍ରହ୍ମପୁର ଏସ୍‌ପି ଡା.ସର୍‌ବଣା ବିବେକ  ଏମ୍‌ଙ୍କ ସୂଚନା ପ୍ରକାରେ, ଗତ ୨୩ ତାରିଖ  ସନ୍ଧ୍ୟା ୬ଟା ୩୦ରେ ଅଭିଯୁକ୍ତ ଓ ସେମାନଙ୍କ କିଛି ସହଯୋଗୀ ସୁଲେମାନଙ୍କ ଘରକୁ ପଶି ଯାଇଥିଲେ ।  ସେମାନଙ୍କଠାରୁ ନେଇଥିବା ଟଙ୍କା ଫେରସ୍ତ  ନକଲେ ହତ୍ୟା କରିବାକୁ ଧମକ ଦେଇଥିଲେ ।  ତାଙ୍କୁ ଗୋଟିଏ ବାଇକ୍‌ରେ ମିଲିଟାରୀ ଲେନ୍‌କୁ  ନେଇଥିଲେ । ସେଠାରୁ କାର୍‌ରେ ତାଙ୍କୁ ଦିଗପହଣ୍ଡି  ନେଇଥିଲେ । ଦିଗପହଣ୍ଡିରେ ସୁଲେମାନଙ୍କୁ ରଖି  ସେ ନେଇଥିବା ୪ କୋଟି ଟଙ୍କା ଫେରସ୍ତ କରିବାକୁ କହିଥିଲେ । ଟଙ୍କା ନଫେରାଇଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହି ସମୟରେ  ଟାଉନ୍‌ ଥାନା ପୁଲିସ ସୂଚନା ପାଇ ସୁଲେମାନ୍‌ଙ୍କୁ  ଦିଗପହଣ୍ଡିରୁ ଉଦ୍ଧାର କରିଥିଲା । 

ଏସ୍‌ପିଙ୍କ ସୂଚନା ପ୍ରକାରେ, ସୁଲେମାନ୍‌ ୧୫୦ ଜଣଙ୍କଠାରୁ  ୪ କୋଟିରୁ ଉଦ୍ଧ୍ୱର୍ ଟଙ୍କା ନେଇଛନ୍ତି । ଦୁଇଗୁଣ ଟଙ୍କା  ଫେରସ୍ତ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ ।  ସେ ଜଣେ ଅନ୍‌ଲାଇନ୍‌ ଟ୍ରେଡର ହୋଇଥିବା  ତଦନ୍ତରେ ଜଣାପଡ଼ିଛି । ଲୋକଙ୍କ ମୂଳ ଟଙ୍କା  କିମ୍ବା ଲାଭାଂଶ ନ ଫେରାଇବାରୁ ଅଭିଯୁକ୍ତମାନେ  ସୁଲେମାନଙ୍କୁ ଅପହରଣ କରିଥିଲେ ।   

ତାରିଖରେ ସୁଲେମାନ ଉଦ୍ଧାର ହେବା  ପରେ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବାକୁ  ପ୍ରତିଶ୍ରୁତି ଦେଇଥିଲେ । ଗତ ୨୮ତାରିଖ ଅପରାହ୍ନ ୨ଟାରେ କିଛି ଜମାକାରୀଙ୍କୁ ଟଙ୍କା ଫେରାଇବାକୁ  ଘରକୁ ଡାକିଥିଲେ ସୁଲେମାନ । ବହୁ ଜମାକାରୀ  ସେଠାରେ ଭିଡ଼ କରିଥିଲେ ଏବଂ ଗଣ୍ଡଗୋଳ  ହୋଇଥିଲା । ଖଣ୍ଡା, କାତି, ଠେଙ୍ଗା ଓ ପଥରରେ  ଆକ୍ରମଣ ଏବଂ ପ୍ରତିଆକ୍ରମଣ ହୋଇଥିଲା ।  ଏଥିରେ ୟୁନୁସ୍‌ ଖାନ୍‌ (୪୦) ଓ ସାୟଦ  ଏସାନ୍‌ ଆହତ ହୋଇଥିଲେ । ସମସ୍ତ ଘଟଣାକୁ  ନେଇ ତିନିଟି ମାମଲା ରୁଜୁ ହୋଇଥିବା ବେଳେ  ୯ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି  ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି  ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.