କରଞ୍ଜିଆ,୩୦।୧ : ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ଲୁଟ୍।ସୁନା ଚେନ୍ ସହ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ କରଞ୍ଜିଆ ଥାନା ପାଟବିଲ ରାଜସ୍ବ ନୀରିକ୍ଷକଙ୍କ ଅଫିସରେ ଏହି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି ପାଟବିଲ ଆରଆଇ ନିରୂପମା ନାଏକ।
ଗୁରବାର ଅପରାହ୍ନ ୨ ଟା ପାଖାପାଖି ଦୁଇଜଣ ବ୍ୟକ୍ତି ଏକ ବାଇକ୍ ଯୋଗେ ଅଫିସ ଆସି ଜାଗା ବିଷୟରେ ଆରଆଇଙ୍କ ସହ କଥା ହୋଇଥିଲେ। ପରେ ହଠାତ ବନ୍ଧୁକ ବାହାର କରି ଆରଆଇଙ୍କୁ ଡରାଇ ତାଙ୍କ ଠାରୁ ସୁନା ଚେନ, ପିନ୍ଧିଥିବା କାନଫୁଲ ଓ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରିଥିଲେ। ଖବର ପାଇ କରଞ୍ଜିଆ ପୋଲିସ୍ ପହଞ୍ଚି ଘଟଣା ସ୍ଥଳରେ ଛାନଭିନ ଜାରି ରଖିଛି।