ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ପରିବାରକୁ ନିଶା ଦେଇ ନାବାଳିକା ଯୁବତୀ ଫେରାର

Published By : Prameya | January 30, 2025 6:44 PM

ଯାଜପୁର, ୩୦/୧ :  ପ୍ରେମ ଆଗରେ ପରିବାରର ଭଲ ପାଇବା ତୁଚ୍ଛ ପାଲଟିଲା । ପ୍ରେମିକକୁ ପାଇବାକୁ ବାପା ମା’ଙ୍କ ସ୍ନେହ ଭୁଲିଗଲା ନାବାଳିକା ଯୁବତୀ । ନିଶା ଦେଇ ଘରୁ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ । 

ପ୍ରେମିକର ପ୍ରେମ ଜାଲରେ ଉବୁଟୁବୁ ହୋଇଗଲା ନାବାଳିକା ଯୁବତୀ । ଏଭଳି କି ବାପା ମା’ଙ୍କୁ ନିଶା ଔଷଧ ଦେବାକୁ ମଧ୍ୟ ପଛାଇଲା ନାହିଁ । ପ୍ରେମିକର ମିଠା କଥା ଆଗରେ ବାପା ମା’ଙ୍କ ଭଲ ପାଇବା ଫିକା ପଡ଼ିଲା । ନଠୁଆବର ଗାଁର ୧୩ବର୍ଷର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ଘରୁ ପଳାଇ ଯାଇଛି । ଫଳରେ ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ଜଣ ସଦସ୍ୟ ଗୁରୁତର ହୋଇପଡ଼ିଛନ୍ତି । ପରିବାର ଲୋକେ ବର୍ତ୍ତମାନ ଯାଜପୁର ଜିଲ୍ଲା ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଥିବା ବାପା ମା’ଙ୍କ ସମେତ ୫ଜଣ ପରିବାର ସଦସ୍ୟଙ୍କ ଅବସ୍ଥା ଗୁରୁତର ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.