ବଣାଇ, ୩୦।୧: ଛାତ୍ରାବାସରୁ ୧୫ ଛାତ୍ର ପଳାଇ ଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ଗତକାଲି ମହୁଲପଡ଼ା ଥାନାର ସିଡିହିଦା ଉପର ପ୍ରାଇମେରୀ ସ୍କୁଲରୁ ୧୫ ଜଣ ଛାତ୍ର ହଷ୍ଟେଲ ଛାଡ଼ି ପଳେଇଯାଇଥିଲେ ।
ସୂଚନାନୁସାର, ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନାର ସିହିଡିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଛାତ୍ର ମଙ୍ଗଳବାର ରାତି ୧୧ଟାରେ ହଷ୍ଟେଲରୁ ଫେରାର ମାରିଥିଲେ । ସମସ୍ତ ଛାତ୍ର ୫ମରୁ ୮ମ ଶ୍ରେଣୀର ଛାତ୍ର ବୁଧବାର ରାତି ପ୍ରାୟ ୧୧ଟା ୩୦ ସମୟରେ ହଷ୍ଟେଲରୁ ଖସି ପଳାଇଥିଲେ । ଖୋଜାଖୋଜି କରିବା ପରେ ସମସ୍ତ ଛାତ୍ରଙ୍କୁ ଦେବଗଡ଼ ଜିଲ୍ଲା ବରାକୋଟ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ପରେ ସମସ୍ତେ ବାରକୋଟ ଥାନାରେ ଅଟକ ରହିଛନ୍ତି ।