ବ୍ରହ୍ମପୁର,୨୫/୦୧: ଗଞ୍ଜାମ ଜିଲ୍ଲା ନୂତନ ସଭାପତି ଭାବେ ସରୋଜ ସାବତ ନିର୍ବାଚିତ ହୋଇଥିବା ନେଇ ଶନିବାର ବ୍ରହ୍ମପୁରରେ ଜିଲ୍ଲା ରିଟର୍ଣ୍ଣିଙ୍ଗ ଅଫିସର ପ୍ରତାପ ମିଶ୍ର ଘୋଷଣା କରିଛନ୍ତି । ନୂତନ ଜିଲ୍ଲା ସଭାପତି ହେବା ପରେ ଜିଲ୍ଲାରେ କେମିତି ସଂଗଠନ ସୁଦୃଢ ହେବ, ସେ ନେଇ ଉଦ୍ୟମ କରିବି ବୋଲି କହିଛନ୍ତି ନୂତନ ସଭାପତି ସରୋଜ ସାବତ । ସରକାରଙ୍କ ଜନ ହିତକର ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ସଂଗଠନକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ।
ଏହି ସମୟରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ନାୟକ, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପଣ୍ଡା, ପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବାଣ ଫୁଟାଇ ଦଳୀୟ କର୍ମୀ ନୂତନ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ କରିଥିଲେ।