ଛତ୍ରପୁର,୨୩।୧ : ଚାଷୀ ଧାନ ବିକିବା ପାଇଁ ରାଜ୍ୟ ସରକାର ମଣ୍ଡି ଖୋଲିଛନ୍ତି। କିନ୍ତୁ ମିଲର ଠିକ ସମୟରେ ଚାଷୀଙ୍କ ଧାନ ଉଠାଉ ନାହାନ୍ତି। ଧାନ ଉଠାଇବାରେ ଅବହେଳା କରୁଛନ୍ତି। ଫଳରେ ଚାଷୀ ଧାନ ବ୍ରିକି କରିପାରୁ ନାହାଁନ୍ତି। ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମଣ୍ଡି ରୁ ଧାନ ଉଠାଇବାରେ ବିଳମ୍ବ ଓ ଅବହେଳା କାରଣରୁ ୧୧ ଜଣ ମିଲରଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର ୪ ଜଣ ଓ ପୁରୁଷୋତ୍ତମ ବ୍ଳକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ସେହିପରି ଘଟଣା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଧାନ ଉଠାଇବାରେ ବିଳମ୍ବ ନେଇ ଚାଷୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ମଣ୍ଡି ପରିଦର୍ଶନ କରିଥିଲେ। ଧାନ ଉଠାଇବାରେ ଅବହେଳା କରାଯାଉଥିବା ତଦନ୍ତ ବେଳେ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ।୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।