ବ୍ରହ୍ମପୁର,୧୭/୦୧: କୋନାଲରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଶବ ସହ କେନାଲରୁ ଉଦ୍ଧାର ହେଲା ଏକ ବାଇକ୍ । ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ଦେଖି ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଜୁରିଆ ଏନଏଚ୍ ପାଖ କେନାଲରୁ ମୃତଦେହଟି ଉଦ୍ଧାର କରାଯାଇଛି ।
ସୂଚନା ମୁତାବକ, ବ୍ରହ୍ମପୁର ଖଜୁରିଆ ଏନଏଚ୍ ପାଖ କେନାଲରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସହ ଏକ ବାଇକ୍ ପଡ଼ିଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ବ୍ୟକ୍ତିଙ୍କ ପରିଚୟ ଖୋଜି ଘଟଣାର ତଦନ୍ତ ଚଳାଇଛି ପୋଲିସ ।