ପ୍ରମୂଖ ଖବର
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ସୈଫଙ୍କୁ ଛୁରାମାଡ଼ ସମୟରେ ପାର୍ଟି କରୁଥିଲେ କି କରୀନା? ଜାଣନ୍ତୁ

Published By : Anindita | January 16, 2025 11:33 AM

ମୁମ୍ବାଇ,୧୬/୦୧:  ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ । ଅଭିନେତାଙ୍କ ମୁମ୍ୱାଇର ବାନ୍ଦ୍ରା ସ୍ଥିତ ଘରେ ପଶି ଅଭିନେତାଙ୍କୁ ଛୁରୀରେ  ଦୁବୃର୍ତ୍ତ ଆକ୍ରମଣ କରିଥିବା ବେଳେଗୁରୁତର ଅବସ୍ଥାରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଚିନ୍ତିତ ହୋଇଛନ୍ତି । ସେପଟେ ଏହି ଘଟଣା ସମୟରେ କରୀନା କପୁର ଖାନ କେଉଁଠି ଥିଲେ ? ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, କରୀନା କପୁର ଖାନ ୮ ଘଣ୍ଟା ପୂର୍ବେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିଥିଲେ। ଯେଉଁଥିରେ କିଛି ପାନୀୟ ଟେବୁଲ ଉପରେ ରଖାଯାଇଥିବା ଦେଖିବାକୁ ମିଳିଛି। ଯାହାକୁ କରିସ୍ମା କପୁର ସେୟାର କରିଥିଲେ, ଯାହା ପରେ କରିନା ମଧ୍ୟ ସେହି ଫଟୋକୁ ପୁନଃ ସେୟାର କରିଥିଲେ। ତଥାପି, ଯେଉଁମାନଙ୍କ ସହିତ ଅଭିନେତ୍ରୀ ପାର୍ଟି କରୁଥିଲେ ସେମାନଙ୍କ ମଧ୍ୟରେ ସୋନମ କପୁର, ରିଆ କପୁର ଏବଂ ଭଉଣୀ କରିସ୍ମା କପୁର ସାମିଲ ଅଛନ୍ତି। ତେବେ ସେମାନଙ୍କର ପାର୍ଟି କେୁଁ ସମୟରେ ସରିଥିଲା ଆଉ ସୈଫଙ୍କୁ କେତେବେଳେ ଆକ୍ରମଣ ହୋଇଥିଲା ସେନେଇ ପ୍ରଶ୍ନ ଉଠିଛି। ଯେତେବେଳେ ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା, ସେତେବେଳେ ଉଭୟ ସନ୍ତାନ ଘରେ ଉପସ୍ଥିତ ଥିବା ଜଣାପଡ଼ିଛି। 

ଏହା ମଧ୍ୟ ପଢନ୍ତୁ-ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଛୁରାମାଡ଼ କଲା ଦୁର୍ବୃତ୍ତ, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କୁହାଯାଉଛି ଯେ ଯେତେବେଳେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା, ସେତେବେଳେ ତାଙ୍କ ପତ୍ନୀ କରୀନା କପୁର ଖାନ ପାର୍ଟି ମଜା କରୁଥିଲେ। ସେ ତାଙ୍କ ଭଉଣୀମାନଙ୍କ ଘରେ ଥିଲେ। ହେଲେ ଏନେଇ ଅଭିନେତ୍ରୀଙ୍କ ପାଖରୁ କୌଣସି ସୂଚନା ମିଳିନି।ଅନ୍ୟପଟେ ଘଟଣାକୁ ନେଇ ସୈଫ୍ ଅଲ୍ଲୀ ଖାନଙ୍କ ଟିମ୍ ପକ୍ଷରୁ ଏକ  ବିବୃତ୍ତି  ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଅଭିନେତାଙ୍କ ବାସଭବନରେ ଚୋରି ଉଦ୍ୟମ କରାଯାଇଥିଲା। ଆମେ ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରୁଛୁ। ଏହା ଏକ ପୋଲିସ ମାମଲା ଏବଂ ଆମେ ଆପଣଙ୍କୁ ପରବର୍ତ୍ତୀ ସ୍ଥିତିକୁ ନେଇ ସୂଚନା ଦେବୁ।  


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.