ପ୍ରମୂଖ ଖବର

ଅଷ୍ଟମଙ୍ଗଳା ଦିନ ଝିଅ ଜ୍ୱାଇଁଙ୍କୁ ପରଷିଲେ ୬୩୦ ପ୍ରକାର ବ୍ୟଞ୍ଜନ, ବାଣ ଫୁଟାଇ ରୋଷଣି କରି ଜ୍ୱାଇଁଙ୍କୁ ଘରକୁ କଲେ ସ୍ୱାଗତ

Published By : Bijay Swain | January 17, 2025 11:38 PM

Image courtesy: indiatoday

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ବିବାହ ପରେ ଅଷ୍ଟମଙ୍ଗଳା ଦିନ ଝିଅ ଜ୍ୱାଇଁଙ୍କୁ ଘରକୁ ନିମନ୍ତ୍ରଣ କରାଯାଇଥାଏ। ଜ୍ୱାଇଁକୁ ଉତ୍ତମ ଆତିଥେୟତା ଓ ଅଭ୍ୟର୍ଥନା କରିବା ଉଦ୍ଦେଶ୍ୟରେ ଏହି ପରମ୍ପରାକୁ ପାଳନ କରାଯାଇଥାଏ। ତେବେ ଆନ୍ଧ୍ରପ୍ରଦେଶରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିନ୍ତ। 

ଆନ୍ଧ୍ରପ୍ରଦେଶର କୋନାସିମ୍ମା ଜିଲ୍ଲାରେ ରହୁଥିବା ଜଙ୍ଗା ବୁଜି ଓ ତାଙ୍କ ପତ୍ନୀ ଭାସବି ଅଷ୍ଟମଙ୍ଗଳାରେ ନିଜ ଘରକୁପ ଆସିଥିବା ଝିଅ ଜ୍ୱାଇଁଙ୍କ ପାଇଁ ୬୩୦ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟଞ୍ଜନ ମଧ୍ୟରେ ପାରମ୍ପରିକ ଖାଦ୍ୟ ସାଙ୍ଗକୁ ନିରାମିଷ ଓ ଆମିଷ ଖାଦ୍ୟ ସହ ବିଭିନ୍ନ ପ୍ରକାରର ଫଳରସ ରହିଥିଲା।

ଜଙ୍ଗାଙ୍କ ଜ୍ୱାଇଁ ଚାକିରି କରିବା ପାଇଁ ଜର୍ମାନରେ ରହୁଥିବା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ଏହି ଭବ୍ୟ ଭୋଜିର ଆୟୋଜନ କରିଥିଲେ ଜଙ୍ଗା। ଜ୍ୱାଇଁ ଘରେ ପହଞ୍ଚିବା ପରେ ତାଙ୍କ ସ୍ୱାଗତ ପାଇଁ ଅନେକ ସମୟ ଧରି ବାଣ ଫୁଟାଯାଇଥିଲା। ଏହା ପରେ ଜ୍ୱାଇଁଙ୍କୁ ଘରଯାଏ ଆଣିବା ରୋଷଣୀର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। 

ପୁଡୁଚେରୀର ୟାନମରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଁଠାରେ ମାଜେତି ସତ୍ୟଭାସ୍କର ଏବଂ ତାଙ୍କ ପତ୍ନୀ ହରିଣ୍ୟ ତାଙ୍କ ଜ୍ୱାଇଁ ସାକେତଙ୍କୁ ପରିବାର ସହିତ ତାଙ୍କର ପ୍ରଥମ ଅଷ୍ଟମଙ୍ଗଳା ପାଇଁ ନିମନ୍ତ୍ରଣ କରିଥିଲେ।

ଏହି ଦମ୍ପତି ଏକ ସ୍ୱତନ୍ତ୍ର ରାତ୍ରୀଭୋଜନ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ୪୭୦ ପ୍ରକାରର ନିରାମିଷ ଖାଦ୍ୟ, ପେଷ୍ଟ୍ରି, ମିଠା, ଫଳ, ଶୁଖିଲା ଫଳ ଏବଂ ମୃଦୁ ପାନୀୟ ପରିବେଷଣ କରାଯାଇଥିଲା। ଖାଦ୍ୟଗୁଡ଼ିକୁ ଛୋଟ କପରେ ସୁନ୍ଦର ଭାବରେ ସଜାଯାଇଥିଲା, ଯାହା ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.