ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଛୁରାମାଡ଼ କଲା ଦୁର୍ବୃତ୍ତ, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Rasmita Pradhan | January 16, 2025 8:16 AM

ମୁମ୍ଵାଇ, ୧୬/୦୧ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼। ସୈଫଙ୍କ ଘରେ ପଶି କେହି ଦୁର୍ବୃତ୍ତ ଛୁରାମାଡ଼ କରିଛି। ଫଳରେ ସୈଫ ଅଲ୍ଲୀ ଖାନ ଆହତ ହୋଇଛନ୍ତି। ଗୁରୁବାର ବିଳମ୍ଵିତ ରାତି ପ୍ରାୟ ସାଢେ ୨ଟା ବେଳେ ଏଭଳି ଘଟଣା ଘଟିଛି। ଅଭିନେତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଏବେ ଚିକିତ୍ସା ଚାଲିଛି। ଘର ଆଖପାଖରେ ଲାଗିଥିବା ସିସିଟିଭି ପୁଟେଜ ଆଧାରରେ ମୁମ୍ଵାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ମିଳିତ ଭାବରେ ଏହି ଘଟଣାରେ ତନାଘନା କରୁଛନ୍ତି।

ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି। କରୀନା କପୁର ଏବଂ ତାଙ୍କର ପିଲାମାନେ ସୁରକ୍ଷିତ ଅଛନ୍ତି। ସୈଫଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ଅଧିକ ପଢନ୍ତୁ-ମହାକୁମ୍ଭରେ ଅମିତାଭ ବଚ୍ଚନ କଲେ ସ୍ନାନ ? ପୋଷ୍ଟ ଦେଖି କନଫ୍ୟୁଜ୍ ହେଲେ ଫ୍ୟାନ

ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ସାଢେ ୨ଟା ବେଳେ ବାନ୍ଦ୍ରା ୱେଷ୍ଟରେ ଥିବା ସୈଫ ଅଲ୍ଲୀ ଖାନଙ୍କ ଘରେ ଜଣେ ଦୁର୍ବୃତ୍ତ ପଶି ଆସିଥିଲା। ସୈଫଙ୍କ ଘରୋଇ ସହାୟିକା ଏବଂ ଦୁର୍ବୃତ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଅଭିନେତା ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ଅଜଣା ବ୍ୟକ୍ତି ଜଣଙ୍କ ସୈଫଙ୍କୁ ଛୁରାମାଡ଼ କରିଥିଲା। ପରିବାରର ଅନ୍ୟ ସଦସ୍ୟମାନେ ଉଠି ପଡିବା ପରେ ଦୁର୍ବୃତ୍ତ ଜଣଙ୍କ ସେଠାରୁ ଫେରାର୍ ହୋଇଯାଇଥିଲା। ତେବେ ସୈଫ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କର ଏବେ ଚିକିତ୍ସା ଚାଲିଛି। 

ଲୀଲାବତୀ ହସ୍ପିଟାଲର ସିଇଓ ଡ. ନୀରଜ ଉତ୍ତମାନୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ପାହାନ୍ତା ସାଢେ ୩ଟାରେ ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେହି ଅଜ୍ଞାତ ବ୍ୟକ୍ତି ତାଙ୍କ ଘରେ ପଶି ଛୁରାମାଡ଼ କରିଛି। ଅଭିନେତାଙ୍କୁ ୬ ଥର ଛୁରାମାଡ଼ କରାଯାଇଛି। ତାଙ୍କ ପିଠି ଓ ବେକରେ ଗଭୀର ଆଘାତ ଲାଗିଛି। ନ୍ୟୁରୋସର୍ଜନ ନୀତିନ ଡାଙ୍ଗେ, କସ୍ମେଟିକ ସର୍ଜନ ଲୀନା ଜୈନ ଏବଂ ଆନେସ୍ଥେଟିଷ୍ଟ ନିଶା ଗାନ୍ଧୀ ତାଙ୍କର ଅପରେସନ କରିଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.