ପ୍ରମୂଖ ଖବର
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମହାକୁମ୍ଭରେ ଅମିତାଭ ବଚ୍ଚନ କଲେ ସ୍ନାନ ? ପୋଷ୍ଟ ଦେଖି କନଫ୍ୟୁଜ୍ ହେଲେ ଫ୍ୟାନ

Published By : Gurupada Nath | January 15, 2025 9:01 PM

ମୁମ୍ବାଇ, ୧୫/୧ :  ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ମେଳାର ଶୁଭାରମ୍ଭ ହୋଇଯାଇଛି । ଦେଶ-ବିଦେଶରୁ ଲକ୍ଷାଧିକ ଲୋକ ପବିତ୍ର ସଂଗମରେ ଆସ୍ଥା ବୁଡ଼ ଲଗାଇବାକୁ ପ୍ରୟାଗରାଜରେ ପହଞ୍ଚିଛନ୍ତି । ଖୁବଶୀଘ୍ର ବଲିଉଡ଼ର ବି କେତେକ ଷ୍ଟାର୍ ମହାକୁମ୍ଭ ମେଳାର ଭାଗିଦାରୀ ହେବେ । ରଣବୀର କୁପର, ଆଲିୟା ଭଟ୍ଟଙ୍କଠାରୁ ନେଇ ବଲିଉଡ଼ର ସେହେନଶାହ ଅମିତାଭ ବଚ୍ଚନ ମହାକୁମ୍ଭର ଭାଗିଦାରୀ ହେବେ । ଏହା ମଧ୍ୟରେ ଅମିତାଭ ବଚ୍ଚନ ଏକ ମହାକୁମ୍ଭ ସହ ଜଡ଼ିତ ଟୁଇଟ୍ କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଟୁଇଟ୍ ବିଗ୍ ବି ଫ୍ୟାନ୍ସଙ୍କୁ ଟିକେ କନଫ୍ୟୁଜ୍ ବି କରିଦେଇଛି ।

ଅମିତାଭ ବଚ୍ଚନ ଏକ ଟୁଇଟ (ଏକ୍ସ) କରିଛନ୍ତି, ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସ ଏହି କଥାକୁ ନେଇ କନଫ୍ୟୁଜ୍ ଅଟନ୍ତି କି ଅମିତାଭ ବଚ୍ଚନ ବି ସଂଗମରେ ସ୍ନାନ କରିବା ଲାଗି ପ୍ରୟାଗରାଜ ପହଞ୍ଚି ଯାଇଛନ୍ତି ? ଅମିତାଭ ବଚ୍ଚନ ଯେଉଁ ଟୁଇଟ କରିଛନ୍ତି ସେଥିରେ ସେ ଲେଖିଛନ୍ତି କି, ‘ମହାକୁମ୍ଭ ସ୍ନାନ ଭବଃ‘ । ବିଗ୍ ବିଙ୍କ ଏହି ଟ୍ବିଟ ଏବେ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଦେଖିବା ପରେ ଫ୍ୟାନ୍ସ କନଫ୍ୟୁଜ ଅଛନ୍ତି କି କ’ଣ ସେହନଶାହ ବି ସଂଗମରେ ସ୍ନାନ କରିଛନ୍ତି ।

ଏକ୍ସ ୟୁଜର ଅମିତାଭ ବଚ୍ଚନଙ୍କ ଏହି ଟୁଇଟ ଉପରେ ବହୁ ରିଆକ୍ଟ କରୁଛନ୍ତି । କେହି କେହି ତାଙ୍କୁ ଥଣ୍ଡାରୁ ବର୍ତ୍ତିବା ଲାଗି ପରାମର୍ଶ ଦେଇଥିବାବେଳେ କେହି କେହି ଖୁସି ଜାହିର ବି କରିଛନ୍ତି । ସେହିଭଳି କିଛି ପ୍ରୟାଗରାଜରେ ଭାରି ଭିଡ଼କୁ ଦର୍ଶାଇ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଜଣେ ୟୁଜର ପୋଷ୍ଟରେ କମେଣ୍ଟ କରି ପଚାରିଛନ୍ତି , ‘ଆପଣ ଯାଇଛନ୍ତି କି ନାହିଁ ? ଆଉ ଜଣେ ଲେଖିଛନ୍ତି କି , ଆସ୍ଥାର ମହାକୁମ୍ଭରେ ପାଓ୍ବନ ଅମୃତ ସ୍ନାନରେ ଆପଣଙ୍କୁ ବହୁତ ବହୁତ ଶୁଭକାମନା ବଚ୍ଚନ ଜୀ’।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.