ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଅଧୁରା ରହିଗଲା ପୁଅକୁ ଦେଖିବା ଆଶା , ଦୁବାଇରେ ଚାଲିଗଲା ଓଡ଼ିଆ ଦାଦନ ଶ୍ରମିକଙ୍କ ଜୀବନ

Published By : Prameya | January 19, 2025 11:16 PM

ଖଲ୍ଲିକୋଟ,୧୯।୧ : ଖଲ୍ଲିକୋଟରେ ପୁଣି ଦାଦନ ଦୁଃଖ । ଦୁବାଇରେ ଭେଜିପୁଟ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ ବିଦେଶ ହେଲେ ସେଠାରେ ଚାଲିଗଲା ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଭେଜିପୁଟ ଗ୍ରାମର ସୌରୀ ନାୟକ ଙ୍କ ପରିବାର ମଧ୍ୟରେ । 

ସୌରୀ ନାୟକଙ୍କ ସାନ ପୁଅ କମଳ କୁମାର ନାୟକ ପରିବାର ପ୍ରତିପୋଷଣ କରିବା ପାଇଁ ଗତ ୧୬ ମାସ ତଳେ ଦୁବାଇ ଯାଇଥିଲେ ।  ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଇତି ମଧ୍ୟରେ ଗାଁ ରେ ରହୁଥିବା କମଳଙ୍କ ସ୍ତ୍ରୀଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁଅକୁ ବର୍ତ୍ତମାନ ୧୦ ମାସ ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ ମାସରେ ପ୍ରଥମ ସ୍ଵନକ୍ଷତ୍ର ପାଳନ ହେବ।ଏଥିପାଇଁ ମାର୍ଚ୍ଚ ମାସ ୩ ତାରିଖ ରେ ଗାଁ କୁ ଆସିବା ପାଇଁ ଟିକେଟ କରିଥିଲେ କମଳ। ପୁଅକୁ ମନ ଭରି ଦେଖିଥାନ୍ତେ ଓ ଜନ୍ମଦିନ ପାଳନ କରିଥାନ୍ତେ। କିନ୍ତୁ ତାଙ୍କର ସେହି ସ୍ବପ୍ନ ପୂରଣ ହେଲାନି। ପୁଅର ମୁହଁ ନ ଦେଖୁଣୁ ଚାଲିଗଲା ଜୀବନ।

ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟି ଥିବା ପରିବାର ଲୋକେ ଜାଣିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।କାନ୍ଦ ବୋବାଳିରେ ପୁରା ଘର ଫାଟି ପଡୁଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଅର ଶବକୁ ଜନ୍ମ ମାଟିକୁ ଫେରାଇ ଆଣିବା ପାଇଁ ବାପା ସୌରୀ ନାୟକ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.