ପ୍ରମୂଖ ଖବର
  • କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ସହ ଲାଇସେନ୍ସ ଯାଞ୍ଚ କରୁଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌
  • ||
  • ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ଗିରଫ, ୧ କୁଇଣ୍ଟାଲ ଗଞ୍ଜେଇ ଜବତ
  • ||
  • ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି
  • ||
  • ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା
  • ||
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

NDA କୁ ନୀତିଶ କୁମାରଙ୍କ ବଡ଼ ଝଟକା, ଏହି ରାଜ୍ୟରେ ସରକାରଙ୍କ ଠାରୁ ଫେରାଇ ନେଲା ସମର୍ଥନ...

Published By : Prameya | January 22, 2025 4:48 PM

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ୍) ଆଜି (ବୁଧବାର) ମଣିପୁର ସରକାରଙ୍କ ଠାରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଛି। ତେବେ ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ଅଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜେଡିୟୁ (JDU) ଆନୁଷ୍ଠାନିକ ଭାବରେ ମଣିପୁର ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛି।

୨୦୨୨ ମସିହାରୁ ବିଜେପି ସହିତ ମେଣ୍ଟ କରିଥିଲା ଜେଡିୟୁ, କିନ୍ତୁ ଏବେ ଏହା କ୍ଷମତାସୀନ ସରକାର ଠାରୁ ନିଜକୁ ଦୂରେଇ ରଖିଛି। ୨୦୨୨ ମସିହାରେ, ଜେଡିୟୁର ଛଅ ଜଣ ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣ ବିଜେପିକୁ ସମର୍ଥନ କରିଥିଲେ, ଯାହା ବିଜେପିର ସ୍ଥିତିକୁ ଆହୁରି ମଜବୁତ କରିଥିଲା।

ତେବେ ଜେଡିୟୁର ଏହି ପଦକ୍ଷେପ ସତ୍ତ୍ୱେ, ମଣିପୁରରେ ବୀରେନ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ସ୍ଥିରତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ରାଜ୍ୟ ବିଧାନସଭାରେ ବିଜେପିର ବହୁମତ ମଜବୁତ୍ ଅଛି ଏବଂ କୌଣସି ବାଧା ବିନା କ୍ଷମତାରେ ରହିପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.