ପ୍ରମୂଖ ଖବର
  • କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ସହ ଲାଇସେନ୍ସ ଯାଞ୍ଚ କରୁଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌
  • ||
  • ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ଗିରଫ, ୧ କୁଇଣ୍ଟାଲ ଗଞ୍ଜେଇ ଜବତ
  • ||
  • ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି
  • ||
  • ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା
  • ||
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ବିଳାସପୂର୍ଣ୍ଣ ଗାଡ଼ିରେ ମହାକୁମ୍ଭକୁ ଆସୁଛନ୍ତି ସାଧୁ, ଚର୍ଚ୍ଚାରେ ବାବାଙ୍କ ରେଞ୍ଜ୍‌ ରୋଭର, ରୋଲ୍‌ସ ରଏସ୍‌

Published By : Prameya | January 22, 2025 8:41 AM

ପ୍ରୟାଗରାଜ ୨୨/୦୧: ପ୍ରୟାଗରାଜରେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା । ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ସାଧୁ-ସନ୍ଥ ଓ ଶ୍ରଦ୍ଧାଳୁ ପବିତ୍ର ମହାକୁମ୍ଭ ମେଳାରେ ଯୋଗ ଦେଉଛନ୍ତି । ପାପ ମୁକ୍ତ ହେବାକୁ ଓ ପୁଣ୍ୟଫଳ ପ୍ରାପ୍ତି ଲାଗି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି । ଏ ଥର ମହାକୁମ୍ଭରେ ସାଧୁ-ସନ୍ଥଙ୍କ ଆଗମନ ବିଶ୍ୱସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି । ବିଳାସବହୁଳ ବାହନରେ ସେମାନେ ମହାକୁମ୍ଭରେ ପହଞ୍ଚିଛନ୍ତି । ୨୫ ଲକ୍ଷରୁ ୨୦ କୋଟି ମୂଲ୍ୟର ରେଞ୍ଜ୍‌ ରୋଭର୍‌, ରୋଲ୍ସ-ରୟସ, ଅଡି କ୍ୟୁ୭, ମର୍ସିଡିଜ୍‌ ବେଞ୍ଜ୍‌ ଓ ଡିଫେଣ୍ଡର୍‌ ଭଳି ବିଳାସପୂର୍ଣ୍ଣ କାର୍‌ରେ ସେମାନେ ଆସିଛନ୍ତି, ଯାହା ପରମ୍ପରା ଓ ସଂସ୍କୃତିରେ ବିଳାସବହୁଳତାର ସ୍ପର୍ଶ ଦେଇଛି । ଏ ପ୍ରକାର ମହଙ୍ଗା ଓ ବିଳାସପୂର୍ଣ୍ଣ କାର୍‌ରେ ମହାକୁମ୍ଭକୁ ଆସୁଥିବା ବାବାମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଖଡ଼ାଗୁଡ଼ିକର ଅନେକ ସନ୍ଥ କହିଛନ୍ତି, ଅଧିକାଂଶ ବିଳାସପୂର୍ଣ୍ଣ ବାହନ ସେମାନଙ୍କର ବରିଷ୍ଠ ଗୁରୁ ଯଥା- ପୀଠାଧୀଶ୍ୱର, ମହାମଣ୍ଡଳେଶ୍ୱର, ମହନ୍ତ ଓ ମଣ୍ଡଳେଶ୍ୱରଙ୍କର । ଖୁବ୍‌ କମ୍‌ ବାହନ ସେମାନଙ୍କ ଶିଷ୍ୟଙ୍କର । ଏହି ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ମେଳା କ୍ଷେତ୍ରରେ ପଇଁତରା ମାରୁଥିବା ଦେଖିବାକୁ ମିଳୁଛି । ଖାସ୍‌କରି ସହରର ଭିଆଇପି ମାର୍ଗ ସେକ୍ଟର-୨୦ରେ ଥିବା ତ୍ରିବେଣୀ ମାର୍ଗ ଓ କାଳୀ ମାର୍ଗରେ ଏଗୁଡ଼ିକୁ ଦେଖିବାକୁ ମିଳୁଛି । ପେଶୱାଈ ନାମରେ ପ୍ରସିଦ୍ଧ କୁମ୍ଭମେଳାର ଉଦ୍‌ଘାଟନୀ ଶୋଭାଯାତ୍ରାରେ ଏହି ବିଳାସବହୁଳ ବାହନଗୁଡ଼ିକ ପ୍ରଥମେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଏହି ଶୋଭାଯାତ୍ରାରେ ମହାକୁମ୍ଭରେ ଆଖଡ଼ାମାନଙ୍କର ଆଗମନ ହୋଇଥାଏ । ଏଥିରେ କାର୍‌, ରଥ, ହାତୀ, ଘୋଡ଼ା, ଆକ୍ରୋବାଟିକ୍ସ ଓ ମାର୍ଶଲ ଆର୍ଟ ଆଦି ସାମିଲ ହୋଇଥାଏ । 

ଶୋଭାଯାତ୍ରା ସମୟରେ ସର୍ବବୃହତ ଆଖଡ଼ା ଶ୍ରୀ ପଞ୍ଚଦଶନାମ ଜୁନା ଆଖଡ଼ା ଓ କିନ୍ନର ଆଖଡ଼ା ନେତୃତ୍ୱ ନେଇଥିଲେ । ଜୁନା ଆଖଡ଼ାର ମହାମଣ୍ଡଳେଶ୍ୱର ପବିତ୍ରାନନ୍ଦ ଗିରୀ ଭିଣ୍ଟେଜ୍‌ ୧୯୬୫ ରୋଲ୍ସ ରୟସରେ ଆସିଥିଲେ । କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଭବ୍ୟ ଦେବତା ଯାତ୍ରାରେ ଏକ ବିଶାଳ ରୁପାର ସିଂହାସନରେ ବସିଥିଲେ । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ର ସଦସ୍ୟ ସ୍ୱାମୀ ବାସୁଦେବାନନ୍ଦ ୨୦ କୋଟିର ଦୁଇଟି ରୋଲ୍‌ସ-ରୟସର ମାଲିକ । ଉଭୟ କାର୍‌ ଶୋଭାଯାତ୍ରାରେ ସାମିଲ ହୋଇଥିଲା । ତୁଳସୀ ପୀଠର ମୁଖ୍ୟ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କର ଗେରୁଆ ରଙ୍ଗର ଏକ ଅଡି କାର୍‌ ଅଛି, ଯାହାର ମୂଲ୍ୟ ୫୦ ଲକ୍ଷଟଙ୍କା । ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ୧.୫ କୋଟି ମୂଲ୍ୟର ଏକ ଭ୍ୟାନ୍‌ରେ ମହାକୁମ୍ଭରେ ପହଞ୍ଚିଥିଲେ । ଏହି ଭ୍ୟାନିଟି ଭ୍ୟାନ୍‌ ତାଙ୍କର ଦିବଂଗତ ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କର । ହିନ୍ଦୁତ୍ୱକୁ ଧ୍ୟାନରେ ରଖି ଅଧିକାଂଶ ବାବା ଧଳା ରଙ୍ଗର ବାହନକୁ ଗେରୁଆ ରଙ୍ଗରେ ରଙ୍ଗାଇଛନ୍ତି । ଅନେକ କାର୍‌ର ମାଲିକ ପ୍ରତୀକ ଓ ନେମ୍‌ପ୍ଲେଟ୍‌ ମାଧ୍ୟମରେ ନିଜର କିମ୍ବା ସମ୍ପୃକ୍ତ ସଂଗଠନକୁ ଗର୍ବର ସହ ଦର୍ଶାଉଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.