ନୂଆଦିଲ୍ଲୀ,୨୧/୦୧: ହଲାଲ ପ୍ରମାଣପତ୍ର ନଥିବା ଖାଦ୍ୟ ଉତ୍ପାଦର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ ନିଷିଦ୍ଧ କରିବା ପାଇଁ ଆଇନଗତ ଲଢ଼େଇ ତୀବ୍ର ହୋଇଛି। ସୁପ୍ରିମକୋର୍ଟରେ ହଲାଲ ପ୍ରମାଣପତ୍ର ମାମଲାର ଶୁଣାଣି ହୋଇଥିଲା। ସୋମବାର ଦିନ, ୟୁପି ସରକାର କୋର୍ଟକୁ କହିଥିଲେ ଯେ ସିମେଣ୍ଟ, ଲୁହା ରଡ୍, ବୋତଲ ଇତ୍ୟାଦି ବିଭିନ୍ନ ଉତ୍ପାଦ ପାଇଁ ପ୍ରମାଣପତ୍ର ଦେଇ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ସଂଗ୍ରହ କରାଯାଉଛି। ସରକାର କହିଛନ୍ତି ଯେ ଏହି କାରଣରୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଛି। ସେହି ସମୟରେ, ସରକାର ଏହି ମାମଲାରେ କୋର୍ଟକୁ ପ୍ରଶ୍ନ କରିଥିଲେ ଯେ ସିମେଣ୍ଟ ଏବଂ ମଇଦା ପାଇଁ ମଧ୍ୟ ହଲାଲ ପ୍ରମାଣପତ୍ର ଆବଶ୍ୟକ କି?
ସୋମବାର ଦିନ ଉତ୍ତର ପ୍ରଦେଶ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହଟା ସୁପ୍ରିମକୋର୍ଟକୁ କହିଥିଲେ ଯେ ମାଂସ ବ୍ୟତୀତ ଅନ୍ୟ ଉତ୍ପାଦଗୁଡ଼ିକୁ ହଲାଲ ଭାବରେ ପ୍ରମାଣିତ ହେବା ଦେଖି ସେ "ଚକିତ" ହୋଇଯାଇଥିଲେ। ଏହା ମାଧ୍ୟମରେ ଏହା ପ୍ରମାଣିତ ହେଉଛି ଯେ ଏହି ଉତ୍ପାଦଗୁଡ଼ିକ ଇସଲାମିକ୍ ଆଇନର ଆବଶ୍ୟକତା ପୂରଣ କରୁଛି। ରାଜ୍ୟ ଭିତରେ ହଲାଲ-ପ୍ରମାଣପତ୍ର ଉପରେ ୟୁପି ସରକାରଙ୍କ ଦ୍ୱାରା ଲଗାଯାଇଥିବା ନିଷେଧକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଉତ୍ତର ଦେଉଥିଲେ ତୁଷାର ମେହେଟା। ମେହେଟା ବିଚାରପତି ବି.ଆର. ଗଓ୍ବଇ ଏବଂ ଏଜି ମସିହଙ୍କ ଖଣ୍ଡପୀଠକୁ କହିଥିଲେ ଯେ ହଲାଲ ମାଂସର ପ୍ରମାଣପତ୍ର ଆପତ୍ତିଜନକ ନୁହେଁ କିନ୍ତୁ ଏହା ପାଣି ବୋତଲ ଏବଂ ସିମେଣ୍ଟ ଭଳି ଉତ୍ପାଦ ଉପରେ କରାଯିବା ଉଚିତ୍ ନୁହେଁ।
ସେ କହିଥିଲେ ଯେ ମାଂସ ଉତ୍ପାଦକୁ ନେଇ ହଲାଲ ସାର୍ଟିଫିକେଟର ଆବଶ୍ୟକତା ଅଛି, ଏଥିରେ କାହାରି କୌଣସି ଆପତ୍ତି ନାହିଁ। କିନ୍ତୁ ଆଟା. ବେସନ ମଧ୍ୟ ହଲାଲ ପ୍ରମାଣିତ ହେବା ଉଚିତ ବୋଲି ଦାବି ନୈରାଶ୍ୟଜନକ ଅଟେ। ସଲିସିଟର ଜେନେରାଲ କହିଛନ୍ତି ଯେ ଏଜେନ୍ସିଗୁଡ଼ିକ ଏପରି ପ୍ରମାଣପତ୍ର ଦେଇ ଟଙ୍କା ରୋଜଗାର କରୁଛନ୍ତି।