ନୂଆଦିଲ୍ଲୀ, ୨୧/୧ : ଦିଲ୍ଲୀ- ଏନସିଆରରେ ରହୁଥିବା ଲୋକଙ୍କୁ ପ୍ରତିଦିନ ସକାଳେ ନିଜ ଅଫିସରେ ପହଞ୍ଚିବାକୁ ବହୁ କଷ୍ଟ କରିବାକୁ ପଡ଼ିଥାଏ । ପ୍ରକାଶ ଯେ, ଏହା ପଛରେ ବହୁ ଟ୍ରାଫିକ୍ ଜାମ୍ ରହୁଛି । ଗୋଟିଏ ଥର ଟ୍ରାଫିକରେ ଫଶିବା ପରେ ଆପଣ ଠିକ୍ ସମୟରେ ନିଜ ଅଫିସରେ ପହଞ୍ଚିବେ ଏହା ସମ୍ଭବ ନୁହେଁ ।
ଏଭଳି ସ୍ଥଳେ ଖୁବଶୀଘ୍ର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିପାରେ । ପ୍ରକାଶ ଯେ, ମାର୍କେଟରେ ଏକ ଏଭଳି ଏୟାର ଟ୍ୟାକ୍ସି ଆସିବାକୁ ଅଛି କି ଯାହା ଆପଣଙ୍କୁ କିଛି ମିନିଟରେ ହିଁ ଆପଣଙ୍କ ଅଫିସରେ ପହଞ୍ଚାଇପାରିବ ।