ଭୁବନେଶ୍ବର,୧୮।୧ : ଆୟ ବର୍ହିଭୂତ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜଣେ ଅବସରପ୍ରାପ୍ତ ରେଞ୍ଜରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ରେଞ୍ଜର ହେଲେ ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ଫରେଷ୍ଟ ରେଞ୍ଜର ପୂର୍ବତନ ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତି।
ଅବସରପ୍ରାପ୍ତ ରେଞ୍ଜର ବିଜୟ କୁମାର ମହାନ୍ତି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ବିଭାଗ ପଦକ୍ଷେପ ନେବ ବୋଲି ଜଣାପଡିଛି ।