ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଥମୁନି ବଣୁଆ ହାତୀଙ୍କ ଉପଦ୍ରବ: ଶୋଇଥିବା ବେଳେ ଘର ଉପରେ ଆକ୍ରମଣ, ବାପ-ଝିଅ ଆହତ

Published By : Harapriya Sethi | January 12, 2025 2:50 PM

ଭଞ୍ଜନଗର,୧୨/୦୧: ଘର ଉପରେ ବଣୁଆ ହାତୀର ଆକ୍ରମଣ । ହାତୀକୁ ଦେଖି ଘର ଭିତରୁ ଦୌଡ଼ି ପଳାଉଥିବା ବେଳେ, ହାତୀର ଗୋଡ ବାଜିବାରୁ, ତଳେ ପଡି ବାପ-ଝିଅ ଆହତ । ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି  ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ତ୍ରିଲୋଚନ ମନ୍ତ୍ରୀ ଏବଂ ତାଙ୍କ ଝିଅ ଖୁସି ମନ୍ତ୍ରୀ (୮) ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ  ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ସରପଡା ଗାଁରେ ଏମିତି ଏକ ଘଟଣା ଘଟିଛି ।

ଆହତ ତ୍ରିଲୋଚନ କହିବା ପ୍ରକାରେ, ରାତି ପ୍ରାୟ ୩ ଟା ସମୟର ଘଟଣା । ଘରେ ସମସ୍ତେ ଶୋଇଥିବା ସମୟରେ, ତାଙ୍କ ଘର ପାଖକୁ ହାତୀଟି ଆସିଥିଲା । ସେହି ସମୟରେ କୁକୁର ଭୁକିବାରୁ ହାତୀଟି ଗୋଡ଼ାଇଥିଲା ଏବଂ ତ୍ରିଲୋଚନଙ୍କ ଘର ଉପରେ ଆକ୍ରମଣ କରିଥିଲା । ଏହା ଦେଖି ଶୋଇଥିବା ଝିଅ ଖୁସିକୁ ଧରି ଦୌଡ଼ି ପଳାଉଥିବା ବେଳେ, ସେ ତଳେ ପଡ଼ିଯାଇଥିଲେ । ସେହି ସମୟରେ ହାତୀଟି ତାଙ୍କ ଗୋଡ଼କୁ ସାମାନ୍ୟ ଦଳି ଦେଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ପହଞ୍ଚିଥିଲେ । 

ବନଖଣ୍ଡ ଅଧିକାରୀ ହିମାଂଶୁ ମହାନ୍ତି ସମେତ ମୁଜାଗଡ ବନପାଳ ଅଭିମନ୍ୟୁ ମଲ୍ଲିକ ବନରକ୍ଷୀ ଶୁଶାନ୍ତ ମିଶ୍ର ମେଡିକାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଛନ୍ତି । ଏହି ଘଟଣା ପରେ ସଂପୃକ୍ତ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଗତ ଏକ ସପ୍ତାହ ମଧ୍ୟରେ ମୁଜାଗଡ ବନାଞ୍ଚଳର ବିରିକୋଟ, ଗୁଣ୍ଡୁରିବାଡି, ନିଧିଆପଲ୍ଲୀ ଗାଁ ମାନଙ୍କରେ ଏକାଧିକ ଘର ଓ ସ୍କୁଲରେ ଭଙ୍ଗାରୁଜା କରିଛନ୍ତି ହାତୀପଲ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକ ଏକ ପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ପ୍ରକାରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.