ପ୍ରମୂଖ ଖବର
  • ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ
  • ||
  • ଘଟଗାଁ : ଚଳନ୍ତା ଟ୍ରେନ୍‌ରୁ ପଡ଼ିଗଲେ ଯୁବତୀ, ଚାଲିଗଲା ଜୀବନ
  • ||
  • ଆରମ୍ଭ ହେଲା ପିଏମ୍‌ ଆବାସ ସର୍ଭେ, ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ
  • ||
  • ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ପୋରଣ, ୫ ମୃତ
  • ||
  • ବାରିପଦା : ସୁନା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ବାଲିପାଟଣା : ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଆଠଗଡ଼ : ଘନ କୁହୁଡ଼ି ଯୋଗୁଁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍, ୨ ଗୁରୁତର
  • ||
  • ଭୁବନେଶ୍ୱର : ହଂସିକାଙ୍କ ମାମଲାରେ ନୂଆ ମୋଡ଼: ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌
  • ||
  • ଗରିଆବନ୍ଧ ଏନକାଉଣ୍ଟର:୧୬ ମାଓବାଦୀଙ୍କ ମଧ୍ୟରୁ ୧୨ଜଣଙ୍କ ମିଳିଲା ପରିଚୟ
  • ||
  • ଭୁବନେଶ୍ୱର : SBI ଏଟିଏମ୍‌ ତାଡ଼ିନେଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ
  • ||
  • ଜୟପୁର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ

Published By : Harapriya Sethi | January 24, 2025 2:39 PM

ଛତ୍ରପୁର, ୨୪/୦୧: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଶୁକ୍ରବାର ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୨୨ ବ୍ୟାଚ୍‌ର ଓଏଏସ୍ ହୋଇ ଭୁବନେଶ୍ୱର ପର୍ଯ୍ୟଟନ ବିଭାଗରେ ଓଏସଡି ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ । ଏହା ପୂର୍ବରୁ ଛତ୍ରପୁର ଓ ଚିକିଟି ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଜର ଦାୟିତ୍ୱ ସଠିକ ଭାବେ ତୁଲାଇଥିଲେ । 

ପଞ୍ଚାୟତ ପ୍ରତିନିଧି ଓ ବ୍ଲକର ସମସ୍ତ କର୍ମଚାରୀ ନୂତନ ବିଡିଓଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ଅବସରରେ ସେ ସୌଜନ୍ୟମୂଳକ ସାକ୍ଷାତକାରରେ କହିଛନ୍ତି, ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ସମସ୍ତ ଯୋଜନା ଗୁଡିକ କିପରି ସଫଳ ରୂପାୟନ ହୋଇପାରିବ ତାହାରି ଉପରେ ଅଧିକ ଫୋକସ ରହିବ । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବ୍ଲକର ସମସ୍ତ ବିକାଶ ଦିଗରେ କାର୍ଯ୍ୟ କରିବି । ଜନସାଧାରଣ, ପଞ୍ଚାୟତ ପ୍ରତିନିଧି ଓ ବ୍ଲକ ପ୍ରଶାସନ ସମନ୍ୱୟ ମଧ୍ୟ ସମସ୍ତ ପଞ୍ଚାୟତରେ ମନରେଗା ଯୋଜନା ଠାରୁ ଆରମ୍ଭ କରି ସମସ୍ତ ଉନ୍ନୟନମୂଳକ ଯୋଜନା ଗୁଡିକୁ ପ୍ରତିଫଳନ କରିବା ପାଇଁ ପ୍ରୟାସ ଜାରି ରଖିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି । 

ସୂଚନାଥାଉକି, ତତ୍‌କାଳୀନ ବିଡିଓ ସୁଶାନ୍ତ କୁମାର ବରାଳଙ୍କୁ ଅନ୍ୟ ସ୍ଥାନକୁ ବଦଳି ପରେ ଭାରପ୍ରାପ୍ତ ବିଡ଼ିଓ ଭାବେ ଏବିଡ଼ିଓ ଜୟଶ୍ରୀ ନାୟକ ଦାୟିତ୍ୱ ତୁଲାଉଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.