ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

୭୫ କେଜି ଗଞ୍ଜେଇ ସହ କାର ଓ ବାଇକ ଜବତ, ୫ ଗିରଫ

Published By : Prameya | January 30, 2025 10:55 PM

ଖଲ୍ଲିକୋଟ,୩୦।୧ : ଗଞ୍ଜେଇ ଚୋରା ଚାଲାଣ ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଖଲ୍ଲିକୋଟରେ ଚଢ଼ାଉ କରି ୭୫ କେଜି ଗଞ୍ଜେଇ ସହ କାର ଓ ବାଇକକୁ ଜବତ  କରିଛି ।  ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ  ଅବକାରୀ ପୋଲିସ ଗିରଫ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ ବାଲିଗୁଡା ଥାନା ତିଲୋରୀ ଜାଗେରମାହା ଗ୍ରାମର ବାର୍ଥାଳାମୀ ଦିଗାଲ (୨୩), ଅଭିମନ୍ୟୁ ଦିଗାଲ(୩୦), ସୁଜିତ ଦିଗାଲ (୨୭), ବାଲିଗୁଡା ଥାନା ସମନବାଦଲ ଗ୍ରାମ ର କୃପାସିନ୍ଧୁ ପ୍ରଧାନ (୨୯) ଓ ଦାରିଙ୍ଗିବାଡି ଥାନା ଅଞ୍ଚଳର ପଙ୍କଜ ପ୍ରଧାନ (୨୮) । ସେମାନଙ୍କ ନିକଟରୁ ୫ ଟି ମୋବାଇଲ ଫୋନ ମଧ୍ୟ ଜବତ  କରାଯାଇଛି।

କନ୍ଧମାଳ ବାଲିଗୁଡାରୁ ଗଞ୍ଜାମ କୋଦଳାକୁ  ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅବକାରୀ ଗୁଇନ୍ଦା ବିଭାଗ   ଖବର ପାଇଥିଲା। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଡ଼ିଏସପି ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମ ନିକଟରେ ଚଢ଼ାଉ କରିଥିଲେ। ଆଗରେ ଏକ ବାଇକ ଯାଉଥିବା ବେଳେ ପଛରେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। କାର  (ନଂ. ଓଡି ୦୨ ବିଡବ୍ଲୁ ୫୮୫୭) ରେ ଦୁଇଟି ବସ୍ତାରେ ଥିବା ୭୫ କେଜି ଗଞ୍ଜେଇ ସହିତ କାର ଓ ବାଇକ  (ନଂ ଓଡି ୩୪ ଏଲ ୧୭୦୮) କୁ ଜବତ କରିଥିଲେ। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ  ଗିରଫ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.