ଭୁବନେଶ୍ୱର,୦୫/୦୨: ଠାକୁରମୁଣ୍ଡା ଥାନା ବୁରୁସାହି ଠାରେ ଅଫିମ ଚାଷ ଘଟଣା । ୨ ବେଆଇନ୍ ଅଫିମ ଚାଷୀଙ୍କୁ ଗିରଫ କଲା ଠାକୁରମୁଣ୍ଡା ପୋଲିସ । ୨ ଅଭିଯୁକ୍ତ ହେଉଛନ୍ତି ଯଶିପୁର ଥାନା ଯୋଜଡ଼ିହି ଗାଁର ସୂପାଏ ଟୁଟି ଓ ସାଉ ଆଲେୟା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ମାମ୍ନାକୁ ଆସିଛି ।
ସୂଚନା ମୁତାବକ, ଗତ ବର୍ଷ ଶିମିଳିପାଳରେ ଅଫିମ ଚାଷ ଉପରେ ପୋଲିସର ଜୋରଦାର ରେଡ୍ ହୋଇଥିଲା । ସେଥିପାଇଁ ଡରରେ ଚଳିତ ବର୍ଷ ଠାକୁରମୁଣ୍ଡା ଥାନା ସାଲେଇବେଡା ମହାଦେବସାହି ଛକ ନିକଟରେ ଭଡ଼ାରେ ରହି ଲିଜ୍ ଜରିଆରେ ଲୋକଙ୍କ ଠାରୁ ଜମି ନେଇ ଅଫିମ ଚାଷ କରୁଥିଲେ ୨ ଜଣ ଯୁବକ । ଏନେଇ ଖବର ପାଇବା ପରେ ଠାକୁରମୁଣ୍ଡା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ଠାକୁରମୁଣ୍ଡା ଥାନା ଅଧିକାରୀଣି ସାବିତ୍ରୀ ଦଳେଇ ସୂଚନା ଦେଇଛନ୍ତି ।