ପ୍ରମୂଖ ଖବର
  • ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ
  • ||
  • ଘଟଗାଁ : ଚଳନ୍ତା ଟ୍ରେନ୍‌ରୁ ପଡ଼ିଗଲେ ଯୁବତୀ, ଚାଲିଗଲା ଜୀବନ
  • ||
  • ଆରମ୍ଭ ହେଲା ପିଏମ୍‌ ଆବାସ ସର୍ଭେ, ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ
  • ||
  • ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ପୋରଣ, ୫ ମୃତ
  • ||
  • ବାରିପଦା : ସୁନା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ବାଲିପାଟଣା : ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଆଠଗଡ଼ : ଘନ କୁହୁଡ଼ି ଯୋଗୁଁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍, ୨ ଗୁରୁତର
  • ||
  • ଭୁବନେଶ୍ୱର : ହଂସିକାଙ୍କ ମାମଲାରେ ନୂଆ ମୋଡ଼: ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌
  • ||
  • ଗରିଆବନ୍ଧ ଏନକାଉଣ୍ଟର:୧୬ ମାଓବାଦୀଙ୍କ ମଧ୍ୟରୁ ୧୨ଜଣଙ୍କ ମିଳିଲା ପରିଚୟ
  • ||
  • ଭୁବନେଶ୍ୱର : SBI ଏଟିଏମ୍‌ ତାଡ଼ିନେଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ
  • ||
  • ଜୟପୁର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଫେବ୍ରୁଆରୀ ୧ ରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ନୂଆ ନିୟମ, କେବଳ ଅନ୍‌ଲାଇନ ଆବେଦନକାରୀଙ୍କୁ ମିଳିବ ଅନୁମତି

Published By : Prameya | January 24, 2025 2:18 PM

ବାରିପଦା,୨୪/୦୧: ଶିମିଳିପାଳ  ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକ ଏଣିକି  ସିଧାସଳଖ ପିଠାବଟା ଗେଟ୍‌ ବା  କୋଳିଆଣି ଗେଟରେ ଅଫ ଲାଇନ୍‌ରେ  କାଗଜପତ୍ର କରି ଭିତରକୁ ପ୍ରବେଶ  କରିପାରିବେନି । ଟୁରିଷ୍ଟ ପରମିଟ  କ୍ଷେତ୍ରରେ ସ୍ୱଚ୍ଛତା ଓ ପାରଦର୍ଶିତା  ଆଣିବାକୁ ଏଣିକି ଅଫ୍‌ଲାଇନ୍‌ ପରିବର୍ତ୍ତେ  ଯାନବାହାନ ଓ ପର୍ଯ୍ୟଟକଙ୍କୁ ଅନଲାଇନ୍‌  ପରମିଟ୍‌ ପାସ୍‌ ଆବେଦନ କରିବାକୁ  ପଡିବ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୬୭ ମୁତାବକ ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ  ପରିଦର୍ଶନ ନେଇ ନୂଆ ନିୟମ ଲାଗୁ  ହେବ । କେବଳ ଅନଲାଇନରେ  ଆବେଦନ କରିଥିବା ପର୍ଯ୍ୟଟକଙ୍କୁ  ଅଭୟାରଣ୍ୟ ବୁଲିବା ପାଇଁ ଅନୁମତି  ଦିଆଯିବ । ଅନଲାଇନ ଆବେଦନ ବିନା  କୌଣସି ପର୍ଯ୍ୟଟକଙ୍କୁ ଶିମିଳିପାଳ  ଭିତରକୁ ପ୍ରବେଶ ପାଇଁ ଅନୁମତି  ଦିଆଯିବ ନାହିଁ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ  ଡଃ ପ୍ରକାଶ ଚନ୍ଦ୍ର ଗୋଗିନେନୀ ଏହି  ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । 

ସୂଚନାଥାଉ କି ପୂର୍ବରୁ ଉଭୟ  ବାରିପଦା ପଟୁ ପିଠାବଟା ତନଖି ଫାଟକ  ଏବଂ ଯଶିପୁର ପଟୁ କାଳିକାପ୍ରସାଦ  ତନଖି ଫାଟକ ଦେଇ ପର୍ଯ୍ୟଟକ ମାନେ  ଅପ୍‌ ଲାଇନ ଆବେଦନ କରି ଧାର୍ଯ୍ୟ  ଟଙ୍କା ପ୍ରଦାନ କରି ଶିମିଳିପାଳ ଭିତରକୁ  ଯିବା ପାଇଁ ଅନମତି ପାଇ ପାରୁ  ଥିଲେ । କିନ୍ତୁ ପର୍ଯ୍ୟଟକଙ୍କ ସୁବିଧା ତଥା  ଶିମିଳିପାଳ ଜୈବ ମଣ୍ଡଳ ସୁରକ୍ଷାର  ଅଧିକ ସୁଧାର ଆଣିବା ପାଇଁ ଏହି  ବିଶେଷ ନିୟମକୁ ଲାଗୁ କରାଯାଇଛି । ଏଥିପାଇଁ ପର୍ଯ୍ୟଟକ ମାନେ www.shimilipal.org or www.Ecotour Odisha.comରେ  ଆବେଦନ କରିବାକୁ ସୂଚନା ଦିଆଯାଇଛି ।  ଅନଲାଇନରେ ଆବେଦନ କରିବା ପରେ  ପର୍ଯ୍ୟଟକଙ୍କୁ ଏକ ସ୍ୱୀକୃତିପତ୍ରରେ ନିର୍ଦ୍ଦିଷ୍ଟ  ତାରିଖ ଦିଆଯିବ ଯେଉଁ ତାରିଖରେ କି  ପର୍ଯ୍ୟଟକ ମାନେ ଶିମିଳିପାଳ ଅଭୟାରଣ୍ୟ  ଭିତରକୁ ପର୍ଯ୍ୟଟନ ପାଇଁ ଯାଇ ପାରିବେ ।  

ଉଲ୍ଲେଖ ଯୋଗ୍ୟ ଯେ , ଗତ ୨୦୨୪  ନଭେମ୍ବର ୭ତାରିଖରେ ପ୍ରକାଶିତ  ୨୪୧ବିଜ୍ଞପ୍ତି ଅନୁଯାୟୀ ପୂର୍ବପରି ଦୈନିକ  ପିଠାବଟା ତନଖି ଫାଟକ ଦେଇ ପ୍ରଥମ  ୨୫ ଟି ଗାଡି ଏବଂ କାଳିକାପ୍ରସାଦ ତନଖି  ଫାଟକ ଦେଇ ପ୍ରଥମ ୩୫ ଟି ଗାଡି  ଅଭୟାରଣ୍ୟ ଭିତରକୁ ଯିବା ନିୟମ କାୟମ ରହିବ ବୋଲି ସୂଚନା ଦିଆ ଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.