ପ୍ରମୂଖ ଖବର
  • ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ
  • ||
  • ଘଟଗାଁ : ଚଳନ୍ତା ଟ୍ରେନ୍‌ରୁ ପଡ଼ିଗଲେ ଯୁବତୀ, ଚାଲିଗଲା ଜୀବନ
  • ||
  • ଆରମ୍ଭ ହେଲା ପିଏମ୍‌ ଆବାସ ସର୍ଭେ, ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ
  • ||
  • ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ପୋରଣ, ୫ ମୃତ
  • ||
  • ବାରିପଦା : ସୁନା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ବାଲିପାଟଣା : ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଆଠଗଡ଼ : ଘନ କୁହୁଡ଼ି ଯୋଗୁଁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍, ୨ ଗୁରୁତର
  • ||
  • ଭୁବନେଶ୍ୱର : ହଂସିକାଙ୍କ ମାମଲାରେ ନୂଆ ମୋଡ଼: ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌
  • ||
  • ଗରିଆବନ୍ଧ ଏନକାଉଣ୍ଟର:୧୬ ମାଓବାଦୀଙ୍କ ମଧ୍ୟରୁ ୧୨ଜଣଙ୍କ ମିଳିଲା ପରିଚୟ
  • ||
  • ଭୁବନେଶ୍ୱର : SBI ଏଟିଏମ୍‌ ତାଡ଼ିନେଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ
  • ||
  • ଜୟପୁର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା କାରଣରୁ ୧୧ଜଣ ମିଲରଙ୍କୁ ଜିଲ୍ଲା ପ୍ରଶାସନର କାରଣ ଦର୍ଶାଅ ନୋଟିସ

Published By : Prameya | January 24, 2025 6:13 PM

ଭୁବନେଶ୍ବର,୨୪/୧ : ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକର ୪, ଗଞ୍ଜାମ ବ୍ଲକର ୪ ଜଣ ଓ ପୁରୁଷୋତ୍ତମ ବ୍ଲକର ୩ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଚଳିତ ମାସ ଜାନୁଆରୀ ୨୦ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଚଳିତ ଖରିଫ୍ ବର୍ଷ ୨୦୨୪-୨୫ଧାନ କ୍ରୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସମୀକ୍ଷା ବୈଠକରେ ୧୧ଜଣ ମିଲର ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କରୁଥିବା ତଥ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସେହି ୧୧ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଅବିଳମ୍ବେ ମଣ୍ଡିରୁ ଧାନ ଉଠାଇବାକୁ ତାଗିଦ୍ କରାଯାଇଛି। ଖିଲାପ କଲେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.