ଭୁବନେଶ୍ୱର ୨୪/୦୧: ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ବସିବ ପ୍ରାକ୍ ବଜେଟ୍ ବୈଠକ। ଏହି ଗୁରୁତ୍ବପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିନ ୧୧ଟାରେ ଲୋକସେବା ଭବନ କନଭେନସନ ହଲରେ ବସିବ ବୈଠକ। ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ହେବ ବିଚାର ବିମର୍ଶ ହେବ।
ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିକୁ ନଜରେ ରଖି ହେବ ବଜେଟ୍ ପ୍ରସ୍ତୁତ । ବିକଶିତ ଓଡ଼ିଶା ଗଢ଼ିବା ପାଇଁ ହେବ ସହାୟକ । ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ସହ ସର୍ବଦଳୀୟ ନେତା ଯୋଗ ଦେବ ଦେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ଦିଗକୁ ନେଇ ପରାମର୍ଶ ନେବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ୧୩ ଫେବ୍ରୁଆରୀରୁ ବସିବାକୁ ଯାଇଛି ରାଜ୍ୟ ବଜେଟ୍ ଅଧିବେଶନ। ୧୭ରେ ଗୃହରେ ୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।