ଭୁବନେଶ୍ବର,୨୪/୧ : ପୂର୍ବତନ ଡିଜିପି ପ୍ରକାଶ ଚନ୍ଦ୍ର ମିଶ୍ର କମେଡି ଇନ ଖାକି ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି ଲେଖିବା ଘଟଣାକୁ ନିନ୍ଦା କରି ହିଞ୍ଜିଳିରେ ବିଜେଡି ପକ୍ଷରୁ କୁଶପୁତ୍ତଳିକା ଦାହ କରିବା ସହ ବହି ପୋଡିଲେ । ହିଞ୍ଜିଳିରେ ଦଳର କର୍ମକତ୍ତା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଜୁ ପଟ୍ଟନାୟକ ଛକରେ ପହଂଚି କୁଶ ପୁତ୍ତଳିକା ଦାହ କରିଥିଲେ । ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ଏଭଳି ଲେଖାକୁ ତୀବ୍ର ବିରୋଧ କରିଛନ୍ତି ଦଳୀୟ ନେତା ।
କମେଡି ଇନ ଖାକି ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି ଲେଖିବା ଘଟଣାକୁ ଗଞ୍ଜାମ ଜିଲ୍ଲା ବିଜେଡି ମଧ୍ୟ ତୀବ୍ର ନିନ୍ଦା କରିଛି । ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବହିକୁ ବେୟାନ କରିବା ସହ ପ୍ରକାଶ ମିଶ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।