ଭୁବନେଶ୍ୱର,୩୧/୦୧: ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଛି ବେଆଇନ୍ ଅଫିମ ଚାଷ । ଏ ନେଇ ମୟୂରଭଞ୍ଜ ଏସ୍ପିଙ୍କ ଠାରେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସାଇକିରନ୍ ଡି.ଏନ.ଙ୍କ ଅଭିଯୋଗ ପରେ ଆକ୍ସନ ମୋଡରେ ଯଶିପୁର ପୋଲିସ । ଉକ୍ତ ସ୍ଥାନରେ ଚଢାଉ କରି ଅଫିମ ଚାଷକୁ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଆଇନ୍ ଅଫିମ ଚାଷ ହେଉଥିବା ନେଇ ମୟୂରଭଞ୍ଜ ଏସ୍ପିଙ୍କ ଠାରେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସାଇକିରନ୍ ଡି.ଏନ.ଙ୍କ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଆକ୍ସନ ମୋଡରେ ପୋଲିସ । କରଞ୍ଜିଆ ଏସ୍ଡିପିଓଙ୍କ ନେତୃତ୍ୱରେ ଯଶିପୁର ପୋଲିସ, ଅବକାରୀ ବିଭାଗ, ବନବିଭାଗ ଓ ରାଜସ୍ବ ବିଭାଗ ଦ୍ଵାରା ଗୁରୁବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ମିଳିତ ଚଢ଼ାଉ କରାଯାଇଛି । ଏହି ଚଢାଉ ବେଳେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବରେହିପାଣି ଗ୍ରାମ ପଞ୍ଚାୟତର ବନ୍ଦିରାବସା ଓ ଅସନବଣୀ ଠାରେ ପାଖାପାଖି ଦେଢ଼ ଏକର ଜମିରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଅଫିମ ଚାଷରେ ସଂପୃକ୍ତ ଥିବା ବ୍ୟକ୍ତି ପୋଲିସ ହାତରେ ଧରା ପଡି ନଥିବା ବେଳେ ଯଶିପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ଏହି ଖବରଟିକୁ ପଢନ୍ତୁ- ଚନ୍ଦ୍ରଭାଗା ଉପକୂଳରେ ଅଲିଭରିଡଲେଙ୍କ ଅଣ୍ଡାଦାନ, ପ୍ରଥମ ଦିନରେ ୧୮୫ ଅଣ୍ଡା ସଂଗ୍ରହ