ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ମାଘ ମାସରୁ ହେଲାଣି ପ୍ରଚଣ୍ଡ ଖରା, ଶୀତବସ୍ତ୍ର ବଜାର ପୂରା ମାନ୍ଦା

Published By : Prameya | February 5, 2025 10:30 AM

ଭୁବନେଶ୍ୱର, ୦୫/୦୨ : ମାଘ ମାସରୁ ହେଲାଣି ପ୍ରଚଣ୍ଡ ଖରା । ଗରମ ଏମିତି ବଢ଼ି ଚାଲିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେଥିପାଇଁ ଶୀତବସ୍ତ୍ର ବଜାର ପୂରା ମାନ୍ଦା । ନଭେମ୍ବର ମାସ ଆରମ୍ଭରୁ ଭୁବନେଶ୍ୱରର ବିଭିନ୍ନ ଛକରେ ଶୀତବସ୍ତ୍ର ବିକ୍ରି ଆରମ୍ଭ ହୋଇଯାଏ । ବିଶେଷକରି ୟୁନିଟ୍‌-୧ ବଜାର, ରସୁଲଗଡ଼, ସହିଦନଗର, ବରଗଡ଼, ଉତ୍ତରାଛକ ଭଳ ଜନଗହଳିପୂର୍ଣ୍ଣ ସ୍ଥାନରେ ଦେଖିବାକୁ ମିଳେ । ଦୂରଦୂରାନ୍ତରରୁ ବେପାରୀମାନେ ଛୁଟି ଆସିଥାନ୍ତି ରାଜଧାନୀକୁ । ଭଳିକି ଭଳି ସୁଇଟର, ଶାଲ୍‌, କମ୍ବଳ, ଟୋପି, ଜ୍ୟାକେଟ୍‌ ଆଣିଥାନ୍ତି । 

ଚଳିତ ବର୍ଷ ମଧ୍ୟ ଶୀତବସ୍ତ୍ରର ବଜାର ପଡ଼ିଥିଲା । କିନ୍ତୁ ଦୋକାନୀଙ୍କୁ ଏବର୍ଷ ନିରାଶ କରିଛି ଶୀତ । ଶୀତ ନଥିବାରୁ ଶୀତବସ୍ତ୍ର ବିକ୍ରି ହେଲାନି । କେଉଁ ଦୋକାନୀ ୨୫ ଲକ୍ଷ ଟଙ୍କାର ତ କିଏ ୫୦ ଲକ୍ଷ ଟଙ୍କାର ଶୀତଲୁଗା ଆଣିଥିଲେ ବିକ୍ରି କରିବାକୁ । ୨୦ ପ୍ରତିଶତ ମଧ୍ୟ ବିକ୍ରି ହୋଇନାହିଁ ବୋଲି ଦୋକାନୀମାନେ କହିଛନ୍ତି । ବେପାର ନଥିବା ଯୋଗୁ ନିଜର ଖାଇବା ଖର୍ଚ୍ଚ ବି ଉଠୁନି । ଶୀତ କମିଯିବା ଯୋଗୁ ଆଉ ତିବ୍ଦତୀୟମାନେ ମଧ୍ୟ ରାଜଧାନୀକୁ ଉଲ୍‌ ସାମଗ୍ରୀ ଆଣି ଆସୁନାହାନ୍ତି । ତେଣୁ ଚଳିତ ବର୍ଷ ଓଡ଼ିଶାର କିଛି ବେପାରୀ, କୋଲକାତା ଓ ରାଜସ୍ଥାନର ବେପାରୀ ଶୀତବସ୍ତ୍ର ବଜାରରେ ଥିଲେ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଶୀତବସ୍ତ୍ର ବଜାର ଖୋଲାରହିବ ବୋଲି ସେମାନେ କହୁଛନ୍ତି ।

ଏହି ଖବରଟିକୁ ପଢନ୍ତୁ-୨୧ ବର୍ଷରେ ପ୍ରଥମଥର ରାଜଧାନୀରେ ରେକର୍ଡ ତାତି, ପାଞ୍ଚ ଦିନ ଯାଏ କମିବନି ଦିନ ତାପମାତ୍ରା

ଶୀତବସ୍ତ୍ର ବେପାରୀ ସଞ୍ଜୟ କହିଛନ୍ତି ଯେ, ୫୦ ଲକ୍ଷ ଟଙ୍କାର ଶୀତବସ୍ତ୍ର ଆଣିଥିଲି। ସେଥିରୁ ମାତ୍ର ୧୫ ଲକ୍ଷ ଟଙ୍କାର ବିକ୍ରି ହୋଇଛି । କ’ଣ କରିବୁ । ଏହାକୁ ଆରବର୍ଷକୁ ରଖିଲେ ଖରାପ ହୋଇଯାଇପାରେ । ମୂଲ୍ୟ ବି କମିବାର ଆଶଙ୍କା ରହୁଛି । ମୁଖ୍ୟ କଥା ହେଲା ଶୀତ ନାହିଁ । ମାଘ ମାସରେ ଖରା ଆସିଲାଣି । ଏହା କେବଳ ସଞ୍ଜୟଙ୍କ ଦୁଃଖ ନହେଁ ଦୁଇପଇସା ଲାଭ ଆଶାରେ ଶୀତବସ୍ତ୍ର ବଜାରରେ ଷ୍ଟଲ ଖୋଲିଥିବା ସମସ୍ତ ବ୍ୟବସାୟୀଙ୍କ ସମାନ କଥା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.