ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଧରାପଡ଼ିଲା ଠକ: ମାଟ୍ରିମୋନିଆଲ ଖୋଲିଥିଲା ଫେକ୍ ଆକାଉଣ୍ଟ, ପ୍ରେମ ଜାଲରେ ଫସାଇ ଝିଅଙ୍କଠାରୁ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା

Published By : Swapna Ray | February 4, 2025 6:18 PM

ଭୁବନେଶ୍ୱର, ୪।୨: ମାଟ୍ରିମୋନିଆଲ ସାଇଟରେ ଖେଳିଲା ମାଷ୍ଟର ଷ୍ଟ୍ରୋକ । ସୋସିଆଲ ମିଡିଆରେ ଫେକ୍ ଡକ୍ୟୁମେଣ୍ଟ ଦେଇଥିଲେ । ନିଜକୁ ବାଚେଲର୍‌ର ପରିଚୟ ଦେଉଥିଲେ । ନିଜ ପ୍ରେମ ଜାଲରେ ଗୋଟିଏ ପରେ ଗୋଟିଏ ଯୁବତୀଙ୍କୁ ଫସାଉଥିଲେ । ଏଭଳି ସୁପର୍ ଫ୍ରଡ୍‌ ମାତିଛି ରାଜଧାନୀରେ । ଟାର୍ଗେଟ୍‌ରେ ମାଟ୍ରିମୋନି ସାଇଟରେ ଲଗଇନ୍ କରିଥିବା ଝିଅ । ଜଣଙ୍କ ସହିତ ସମ୍ପର୍କ ରଖି ଫସିବା ପରେ ସାମନାକୁ ଆସଲା ସତ । ଗିରଫ ଠକ ଜଣକ ହେଉଛନ୍ତି ଦୀପ୍ତି ରଞ୍ଜନ ପଟ୍ଟନାୟକ । ମାଟ୍ରିମୋନିଆ ସାଇଟରେ ନିଜକୁ ଡିଭୋର୍ସିର ପରିଚୟ ଦେଇଥିଲେ । ଆଉ ଯୁବତୀଙ୍କୁ ମିଠା ମିଠା କଥା କହି ଫସାଇଥିଲା । ନିଜକୁ କୋଟିପତିର ମାଲିକ ବୋଲି କହିଥିଲା । ତା’ ନାଁ ବଡ଼ ବଡ଼ କଲେଜ ଚାଲୁଥିବା ବେଳେ ଭୁବନେଶ୍ୱର ନିଳାଦ୍ରି ବିହାରରେ ଫ୍ଲାଟ୍ ଥିବା ମଧ୍ୟ କହିଥିଲା । ସେ ଟ୍ରେଡିଂ କରୁଥିବା ବେଳେ ମାସକୁ ୫ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଥିଲା । 

ମାଟ୍ରିମୋନିଆଲ ସାଇଟରେ ପରସ୍ପରକୁ ଜାଣିଥିଲେ । ଡିସେମ୍ୱର ୨୪ ତାରିଖରେ ଯୁବତୀଙ୍କ ସହ ଦେଖାହୋଇଥିଲା । ଧିରେ ଧିରେ ଯୁବତୀ ଓ ତାଙ୍କ ପରିବାର ସଦସ୍ୟଙ୍କ ମନରେ ବିଶ୍ୱାସ ଭରିଲା । ଯୁବତୀଙ୍କ ସହ ତାଙ୍କ ଗାଁକୁ ମଧ୍ୟ ଗଲା । ଏପରିକି ଯୁବତୀଙ୍କ ଟଙ୍କାରେ ଆଇଫୋନ୍ 16-pro Max କିଣିଲା । ସାଙ୍ଗଙ୍କୁ ପାର୍ଟି ଦେବା ସହ ଯୁବତୀଙ୍କ କ୍ରେଡିଟ୍ କାର୍ଡ ସ୍ୱାଇପ୍ କରି ଅଏସ୍ କଲା । ଶେଷରେ ମ୍ୟାରେଜ୍ ଡେଟ୍ ଫାଇନାଲ ହେଲା । ବିବାହ ସ୍ଥାନ ଠିକ୍ ହେଲା । ବିବାହ କଥା ଫାଇନାଲ ହେବା ପରେ ଆଉ ଧରାଛୁଆଁ ଦେଇନଥିଲା । ଯୁବତୀ ଜଣକ ତାଙ୍କ ଗାଁକୁ ଯିବାକୁ ଜିଦ୍ ଧରି ବସିବାରୁ ବାଧ୍ୟ ହୋଇ ନିଜ ଗାଁକୁ ନେଇଥିଲା । ଗାଁକୁ ଯିବା ପରେ ପାଖ ପଡ଼ୋଶୀଙ୍କଠୁ ଯାହା ଶୁଣିବାକୁ ପାଇଲେ, ଯୁବତୀ ଜଣକ ତାକୁ ବିଶ୍ୱାସ କରିପାରିନଥିଲେ । ଏହା ଶୁଣି ସେ ବିଚଳିତ ହୋଇପଡ଼ିଥିଲେ । 

ଦୀପ୍ତି ବିବାହିତ ଥିବା ବେଳେ ତା’ର ୩ଟି ପିଲା ମଧ୍ୟ ଥିବା ଗାଁ ଲୋକ କହିଥିଲେ । ସେ ନିଜ ସ୍ତ୍ରୀ-ପିଲାଙ୍କ ସହ ଭୁବନେଶ୍ୱରର ସହିଦନଗରରେ ରହୁଥିବା ଜାଣିବାକୁ ପାଇଥିଲେ । ଯାହା ପରେ ଠକ ଦୀପ୍ତିର ଅସଲ ମୁଖା ସାମନାକୁ ଆସିଥିଲା । ପୂର୍ବରୁ ଏକାଧିକ ଯୁବତୀ ଏବଂ ମହିଳାଙ୍କ ସହ ଏପରି ଫ୍ରଡ୍ କରିଥିବା ଜଣାପଡ଼ିଥିଲା । ସେପଟେ ଠକେଇର ଶିକାର ଯୁବତୀ ନ୍ୟାୟ ପାଇଁ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ସୋମବାର ଥାନାରେ ମହିଳାଙ୍କ ଅଭିଯୋଗ ପରେ ରସିକିଆ ଠକକୁ ଗିରଫ କରି ପୋଲିସ ଅଟକ ରଖିଛି । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ଦୀପ୍ତି ସମାନ ଢଙ୍ଗରେ ଗୋପ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୧୫ ଲକ୍ଷ ଟଙ୍କା ଠକିନେଇଛି । ତା’ ନାଁରେ ତିନି ତିନିଟି ପ୍ରେମ ଜନିତ ଠକେଇ ମାମଲା ରହିଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.