ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

‘ମୋ ବସ୍’ ଦୁର୍ଘଟଣା : ପ୍ରାଣ ହରାଇଥିବା କୁନି ଝିଅର ଚକ୍ଷୁ ଦାନ

Published By : Prameya | February 4, 2025 11:15 PM

ଭୁବନେଶ୍ୱର,୪/୨ : ମୋ ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁନି ଝିଅର ଚକ୍ଷୁ ଦାନ କରିଛନ୍ତି ପରିବାର ଲୋକ। ବିସ୍କୁଟ ଆଣିବାକୁ ସାଇକେଲରେ ଯାଉଥିବା ଝିଅ ମୁନି ଜୁଆଡିକୁ ପଛରୁ ଧକ୍କା ଦେଇଥିଲା ମୋ ବସ୍। ଫଳରେ ଘଟଣାସ୍ଥଳରେ ଝିଅଟିର ମୃତ୍ୟୁ ହୋଇଥିଲା। ଡ୍ରାଇଭରଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ୪ ଘଣ୍ଟା ରାସ୍ତାରୋକ ପରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି କ୍ରୁଟ କର୍ତ୍ତୃପକ୍ଷ। 

ତେବେ ଡ୍ରାଇଭରଙ୍କ ଗିରଫ ସହ ମୋ ବସ୍ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ସୂଚନା ପରେ ରାସ୍ତା ଅବରୋଧ ହଟିଥିଲା। ସକାଳୁ ଠାକୁର ପୂଜା ପାଇଁ ଫୁଲ ଓ ବିସ୍କୁଟ ପାଇଁ ମୁନି ନିଜର ସାଇକେଲ ଧରି ଆସିଥିଲା ବଜାର। ପ୍ରଥମେ ଫୁଲ କିଣି ସାଇକେଲରେ ରଖିଥିଲା, ଏହା ପରେ ବିସ୍କୁଟ କିଣିବାକୁ ଯାଉଥିଲା। ସାଇକେଲରେ ରାସ୍ତା ପାରି ବେଳେ ଭୁବନେଶ୍ବରରୁ କଟକ ଯାଉଥିବା ୫୪ ନମ୍ବର ବସ୍ ଧକ୍କା ଦେଇ ସାଇକେଲ ସହ ମୁନିକୁ ୩୦୦ ମିଟର ଘୋଷାଡି ନେଇଥିଲା। ମୁନିର ବାପା, ମାଆ ଓ ପରିବାର ଲୋକେ ଏ କଥା ଶୁଣି  ଘଟଣା ସ୍ଥଳରେ ପହଁଚି ହତବାକ୍ ହୋଇଯାଇଥିଲେ।

ମୋ ବସ୍ ଦୁର୍ଘଟଣାରେ ମୁନିର ମୃତ୍ୟୁ ଖବର ଜାଣିବା ପରେ ସ୍ଥାନୀୟ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ରାସ୍ତାରେ ଯାଉଥିବା ସବୁ ମୋ ବସ୍ କୁ ଅଟକାଇ କାଚ ଭାଙ୍ଗି ଦେଇଥିଲେ। ଟାୟାର ଜାଳି ରାସ୍ତାର ଉଭୟ ପଟେ ବାଉଁଶ ରଖି ନନ୍ଦନକାନନ ରୋ଼ଡ ବନ୍ଦ କରିଦେଇଥିଲେ। କ୍ରୁଟ୍‌ ଅଧିକରୀ ନଗଦ ଦୁଇ ଲକ୍ଷ ଟଙ୍କା ଦେବା ସହ ଅଟକ ମୋ ବସ୍ ଚାଳକଙ୍କୁ ଗିରଫ କରିଥିବା କହିବାରୁ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ।

୨୦୨୪ ନଭେମ୍ବର ୨ରେ  ଚନ୍ଦ୍ରଶେଖରପୁରରେ ମୋ ବସ୍ ଦୁର୍ଘଟଣାରେ ବାମ ହାତ ହରାଇଥିଲେ ଜଣେ ଯୁବତୀ।୨୦୨୪ ଅକ୍ଟୋବରରେ କଟକ ନେତାଜୀ ବସ୍ ଟର୍ମିନାଲରେ  ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ ହୋଇଥିଲା। ଜାନୁଆରୀ ୨୩ରେ ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକରେ ସିରିଜ୍ ଦୁର୍ଘଟଣା ପାଇଁ ଆହତ ହୋଇଥିଲେ ୪ ଜଣ। ୨୦୨୨ରେ ମୋ ବସ୍ ଧକ୍କାରେ ୧୯୭ ଜଣ ଆହତ ହୋଇଥିବା ବେଳେ, ୨୦୨୩ରେ ୨୮୨ ଜଣ ଏବଂ  ୨୦୨୪ରେ ଏହି ସଂଖ୍ୟା ଆହୁରି ବଢିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.