ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନାବାଳିକାଙ୍କ ଉପରେ ଚଢିଗଲା ମୋ ବସ୍, ନନ୍ଦନକାନନ ପଟିଆ ରୋଡ୍ ଅବରୋଧ

Published By : Rasmita Pradhan | February 4, 2025 9:54 AM

ଭୁବନେଶ୍ଵର, ୦୪/୦୨ : ଜୀବନ ନେଲା ମୋ-ବସ୍। ନାବାଳିକାଙ୍କୁ ପଛରୁ ଧକ୍କା ଦେଇ ଘୋଷାରିନେଲା ମୋ-ବସ୍। ନନ୍ଦନକାନନ ଥାନା ରଘୁନାଥପୁର ଡ୍ରିମ୍ ଭିଲ୍ଲା ସମ୍ମୁଖରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

ସୂଚନାନୁଯାୟୀ, ନନ୍ଦନକାନନ ଥାନା ରଘୁନାଥପୁର ଡ୍ରିମ୍ ଭିଲ୍ଲା ସମ୍ମୁଖରେ ଜଣେ ନାବାଳିକାଙ୍କ ଉପରେ ମୋ-ବସ୍ ଚଢି ଯାଇଛି। ନାବାଳିକା ଜଣଙ୍କ ଘରୁ ସାଇକେଲ୍‌ରେ ନନ୍ଦନକାନନ ଛକକୁ ଯାଉଥିବା ବେଳେ ମୋ-ବସ୍‌ଟି ପଛରୁ ଧକ୍କା ଦେଇ ତାଙ୍କୁ ଘୋଷାରି ନେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବାଉଁଶ ବାନ୍ଧି ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରିଛନ୍ତି। ସେପଟେ ମୋ ବସ୍ ଡ୍ରାଇଭର୍ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତ ନାବାଳିକା ଜଣଙ୍କ ଏକ ନର୍ସରୀରେ କାମ କରୁଥିବା ଜଣାପଡ଼ିଛି। 

ଏହି ଖବରଟିକୁ ପଢନ୍ତୁ-ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.