ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ପୂର୍ବତନ ବିଧାୟକ ସୁଶାନ୍ତ ସିଂହ ଗୁରୁତର, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya | February 4, 2025 2:06 PM

ଭୁବନେଶ୍ୱର ୦୪/୦୨: ଭଟ୍‌ଲିର ପୂର୍ବତନ ବିଧାୟକ ସୁଶାନ୍ତ ସିଂହ ଅସୁସ୍ଥ। ଭୁବନେଶ୍ୱରର ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲ ଯାଇ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି ବିରୋଧୀ ଦଳନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ସୁଶାନ୍ତଙ୍କ ଆଶୁ ଆରୋଗ୍ୟ  କାମନା କରିଛନ୍ତି।

ସୂଚନା ଅନୁଯାଇ, କିଛି ଦିନ ହେବ ବରଗଡ଼ ଜିଲ୍ଲା ଭଟ୍‌ଲିର ପୂର୍ବତନ ମନ୍ତ୍ରୀ ତଥା ବିଜେଡି‌ ନେତା ସୁଶାନ୍ତ ସିଂ ଅସୁସ୍ଥ ହୋଇପଡିଛନ୍ତି । ବରଗଡ଼ର ଏକ ଘରୋର ହସ୍ପିଟାଲରେ ସେ ଫୁସ୍‌ଫୁସ୍ ସଂକ୍ରମଣ ସାଙ୍ଗକୁ ଏକାଧିକ ଜଟିଳ ରୋଗ ପୀଡ଼ିତ ହୋଇ ଚିକିତ୍ସତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କ ଭୁବନେଶ୍ବର ସ୍ଥାନ୍ତରିତ କରାଯାଇଥିଲା। ବର୍ତ୍ତମାନ ସୁଶାନ୍ତଙ୍କ ଚିିକିତ୍ସା ଜାରି ରହିଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିବା ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.