ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବାରବାଟୀରେ ବୁଧବାର ସକାଳ ୯ରୁ ବିକ୍ରି ହେବ ଏକଦିବସୀୟ ଟିକଟ, ମଙ୍ଗଳବାର ରାତିରୁ ମୁତୟନ ହେବ ପୁଲିସ ଫୋର୍ସ

Published By : Prameya | February 4, 2025 3:11 PM

କଟକ, ୦୪/୦୨: ଆସନ୍ତା ୯ ତାରିଖ ରବିବାର  ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ  ଇଂଲଣ୍ଡ୍‌ ଏକଦିବସୀୟ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ୫  ତାରିଖରୁ ଟିକଟ୍‌ ବିକ୍ରି ଆରମ୍ଭ  ହେବ । ବୁଧବାର ସକାଳ  ପ୍ରାୟ ୯ ଟାରୁ ଟିକେଟ୍‌ ବିକ୍ରି  ହେବ । ଏନେଇ ପୁଲିସ  ପକ୍ଷରୁ କଡ଼ା ସୁରକ୍ଷା  ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଆଶାୟୀ ଦର୍ଶକମାନେ  ମଙ୍ଗଳବାର ରାତିରୁ ଆସି  ଷ୍ଟାଡିୟମ୍‌ ପାଖରେ ଭିଡ଼ ଲଗାଇବେ ବୋଲି ପୁଲିସ  ଆଶଙ୍କା କରୁଛି । ତେଣୁ ମଙ୍ଗଳବାର ରାତି ପ୍ରାୟ  ୯ଟାଠାରୁ ଫୋର୍ସ ମୁତୟନ କରାଯିବ । ରାତିରୁ ପ୍ରାୟ ୯  ପ୍ଲାଟୁନ୍‌ ଫୋର୍ସ ଷ୍ଟାଡିୟମ୍‌ ପାଖରେ ରହିବେ । ରାତିରୁ  ଲାଇନ୍‌ ଲଗାଇବାକୁ ପୁଲିସ ବାରଣ କରିଛି । ତେଣୁ  ସକାଳ ପର୍ଯ୍ୟନ୍ତ କାଉଣ୍ଟର ପାଇଁ ତିଆରି ହୋଇଥିବା  ବ୍ୟାରିକେଡ୍‌ ପାଖକୁ ଦର୍ଶକଙ୍କୁ ଛଡ଼ାଯିବନି। ରହିଥିବା  ଫୋର୍ସ ରାତି ତମାମ୍‌ କାଉଣ୍ଟର ପାଖରେ ପଇଁତରା  ମାରିବେ । ଏମିତିକି ସେଠାରେ ଆଇନଶୃଙ୍ଖଳା  ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ଥିବାରୁ ପ୍ରାୟ  ୨୦ ଜଣ ଅଫିସର ଓ ଜଣେ ଏସିପି ମଧ୍ୟ ସୁରକ୍ଷା  ତଦାରଖ କରିବେ । ତେବେ ସକାଳ ହେବା ପରେ  ଆଉ ବାକି ୧୯ ପ୍ଲାଟୁନ୍‌ ଫୋର୍ସଙ୍କୁ ଦାୟିତ୍ୱ ଦିଆଯିବ । 

 

ସକାଳ ପ୍ରାୟ ୬ଟାରୁ ଦିନ ୨ଟା ୧୦ ପ୍ଳାଟୁନ୍‌ ଓ ପରେ  ଦିନ ୨ରୁ ଟିକଟ୍‌ କାଉଣ୍ଟର ବନ୍ଦ ହେବା ପର୍ଯ୍ୟନ୍ତ ଡ୍ୟୁଟି  କରିବେ । ପ୍ରାୟ ଗୋଟିଏ ପ୍ଲାଟୁନ୍‌ ମହିଳା ଏପିଆର୍‌  ପୁଲିସ ମଧ୍ୟ ଡ୍ୟୁଟି କରିବେ । ତେବେ ଦିନ ସମୟରେ  ପ୍ରାୟ ୮୦ ଜଣ ଅଫିସର, ୫ରୁ ଅଧିକ ଏସିପି, ୨  ଜଣ ଏଡିସିପି ସୁରକ୍ଷା ଦାୟିତ୍ୱ ତଦାରଖ କରିବେ । ଶାନ୍ତି ଶୃଙ୍ଖଳାର ସହିତ ଟିକଟ୍‌ ବିକ୍ରି କରିବା ପାଇଁ ପୁଲିସ ପକ୍ଷରୁ ସବୁପ୍ରକାର ଉଦ୍ୟମ ହେଉଥିବା ସୂଚନା ଦିଆଯାଇଛି । ତେବେ ସେଠାରେ କେହି ଟିକଟ୍‌  ପାଇଁ ଗଣ୍ଡଗୋଳ କଲେ କିମ୍ବା ଟିକଟ୍‌ ଆଣି ବ୍ଲାକ୍‌  କରାଇଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।  ତେବେ ଗୁରୁବାର ଦିନ ମଧ୍ୟ କାଉଣ୍ଟର ଖୋଲିବ  ବୋଲି ସୂଚନା ମିଳିଛି । ବୁଧବାର ବଳକା ରହିଥିବା ଟିକଟ୍‌କୁ ଗୁରୁବାର ଦିନ ବିକ୍ରି କରାଯିବ । ତେଣୁ ସେଦିନର ଗହଳି ଦେଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ  କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.