ଭୁବନେଶ୍ୱର, ୦୫/୦୨: ଜଳଲାପୁଟ ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣାର ୮୪ ଘଣ୍ଟା ପରେ ନାବାଳକ ଶିବା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମିଳିତ ଅପ୍ରେସନର ୭୦ ଘଣ୍ଟା ପରେ ମଙ୍ଗଳବାର ନାବାଳକ ଅମିତ ହନ୍ତାଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ମର୍ଣ୍ଣିଙ୍ଗ୍ ୱାକ୍ କରିବି ବେଳେ ଧକ୍କା ଦେଲା ପିକଅପ୍ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
ସୂଚନା ମୁତାବକ, ଶନିବାର ସନ୍ଧ୍ୟା ସମୟରେ ଜଲାପୁଟ ଗ୍ରାମର ତିନି ଜଣ ନାବାଳକ ମୋବାଇଲରେ ରିଲ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝି ନଈକୁ ଚାଲିଯାଇଥିଲେ । ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ପହଁରି ଆସିଥିଲା । କିନ୍ତୁ ଅନ୍ୟ ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ । ୪ଦିନ ଜଲାପୁଟ ଗ୍ରାମ ବାସି ଏବଂ ପରିବାର ବର୍ଗ ଜଳଭଣ୍ଡାର କୂଳରେ ଅପେକ୍ଷା କରି ରହିଥିଲେ । ନିଖୋଜ ହେବାର ୭୦ ଘଣ୍ଟା ପରେ ନାବାଳକ ଅମିତ ହନ୍ତାଳ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୮୪ ଘଣ୍ଟା ପରେ ନାବାଳକ ଶିବା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ମୃତଦେହ ଉଦ୍ଧାର ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ସାରା ଅଞ୍ଚଳ ଫାଟି ପଡୁଛି ।