ପ୍ରମୂଖ ଖବର
  • ଶିମିଳିପାଳରେ ୫ ଶିକାରୀକୁ ବାନ୍ଧିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍, ୫ ଦେଶୀ ବନ୍ଧୁକ ଜବତ
  • ||
  • ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟସେନା, କର ବା ମର ସ୍ଥିତିରେ ବଟଲରବାହିନୀ
  • ||
  • ରାଜ୍ୟରେ ଉଭାନ ହେଲାଣି ଶୀତ, କଲବଲ କରୁଛି କୁହୁଡି: ଫେବ୍ରୁଆରୀ ପହିଲାରୁ ଆହୁରି ବଢ଼ିବ ରାତି ତାପମାତ୍ରା
  • ||

କୋରାପୁଟରୁ ଅଯୋଧ୍ୟାକୁ ବସ୍ ସେବା ଆରମ୍ଭ, ଶ୍ରଦ୍ଧାଳୁଙ୍କୁ ନେଇ ଯାତ୍ରା ଆରମ୍ଭ କଲା ସ୍ବତନ୍ତ୍ର ବସ୍

Published By : Prameya | January 27, 2025 11:25 AM

ଭୁବନେଶ୍ୱର ୨୭/୦୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି  ଦିବ୍ୟ, ଭବ୍ୟ ମହାକୁମ୍ଭ । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଚାଲି ଆସୁଛି। ଏହାକୁ ଦୃଷ୍ଟିରେ ଓଏସ୍‌ଆରଟିସି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବସ୍‌ ବ୍ୟବସ୍ଥା କରାଯାଇଛି। ଏଥିପାଇଁ କୁମ୍ଭମେଳାରେ ସାମିଲ୍ ହେବାକୁ କୋରାପୁଟରୁ ଅଯୋଧ୍ୟାକୁ ଗଡ଼ିଛି ପ୍ରଥମ ସରକାରୀ । ସମସ୍ତ ସୁବିଧା ରହିଥିବା ସେମି ସ୍ଳିପର ଭୋଲ୍ଭୋ ବସ୍‌ରେ କୋରାପୁଟରୁ ବାରାଣାସୀ, ପ୍ରୟାଗ ରାଜଦେଇ ଅଯୋଧ୍ୟାକୁ ଯାତ୍ରା ଆରମ୍ଭ କଲେ ଯାତ୍ରୀ।  କୋରାପୁଟ ସଂସ୍କୃତି ଭବନ ସମ୍ମୁଖରେ ଜିଲ୍ଲାପାଳ ଭିକୀର୍ତ୍ତି ଭାସନ ପୂଜାର୍ଚ୍ଚନା କରି କରି ଶୁଭାରମ୍ଭ କରିଛନ୍ତି।

କୋରାପୁଟ ଠାରୁ  କୌଣସି ସାଧନ ନଥିବା ସହ ବସ ବସ ଓ ଟ୍ରେନରେ ଟିକଟ ନଥିବାରୁ କୁମ୍ଭମେଳାରେ ସ୍ନାନ କରିବା ସମ୍ଭବ ହେଉ ନଥିଲା। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ସହ ସମସ୍ତ ସୁବିଧା ରହିତ ବସ ସେବା ଯୋଗାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଯାତ୍ରୀ। ଦୀର୍ଘଦିନ ଧରି କୋରାପୁଟ ଠାରୁ ପ୍ରୟାଗ ରାଜ କୁମ୍ଭମେଳାକୁ ସରକାରୀ ବସ ଚଳାଚଳ ପାଇଁ ଦାବି ହୋଇ ଆସୁଥିବା ବେଳେ ଆଜି ପ୍ରଥମ ସରକାରୀ ବସ୍ ଶୁଭାରମ୍ଭ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲା ପରିଷଦ ଅଧ୍ୟକ୍ଷା,ମୁନସିପାଲଟି ଚେୟାରମେନ ଓଏସଆରଟିସି କର୍ମକର୍ତ୍ତା ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.