ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କଣ୍ଟେନର ଧକ୍କାରେ ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ

Published By : Anindita Ratha | January 28, 2025 1:44 PM

ଭୁବନେଶ୍ବର,୨୮/୦୧: ସ୍କୁଟିକୁ ଧକ୍କା ଦେଲା କଣ୍ଟନର । ଫଳରେ ଜଣେ ମୃତ । ତେବେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଭେଲୋରା ବାଇ ପାସ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବା ବେଳେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ତେବେ ମୃତ ମହିଳା ଜଣକ ହେଉଛନ୍ତି  କରିସ୍ମା ଖାତୁନ । 

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟରେ ଏକ ସ୍କୁଟି ଯୋଗେ ସ୍ବାମୀ ଜବୁ ବକର ସିଦ୍ଦିକି ଓ ସ୍ତ୍ରୀ କରିଶ୍ମା ଖାତୁନ ମିଶି ଚନ୍ଦନେଶ୍ଵରରୁ ସୋର ଅଭିମୁଖେ ଯାଉଥିଲେ । ସେହି ସମୟରେ ବେଳେ ୬୦ନଂ ଜାତୀୟ ରାଜପଥ ଭେଲୋରା ଛକ ନିକଟରେ ସ୍କୁଟିକୁ ପଛପଟୁ  ଏକ  କଣ୍ଟେନର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍ତ୍ରୀ କରିସ୍ମାଙ୍କ ମୃତ୍ୟୁ ହୋଇଥିବା ବେଳେ  ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ କଣ୍ଟେନରକୁ ଅଟକ କରି ଥାନାକୁ ହସ୍ତାନ୍ତର କରିଥିଲେ। ତେବେ ଦୀର୍ଘ ୧୫ ବର୍ଷ ଧରି ଭେଲୋରା ଛକଠାରେ ନିର୍ମାଣାଧୀନ ରାଜପଥର କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଛି। ତେଣୁ ଏହାକୁ ତୁରନ୍ତ ଶେଷ କରିବାକୁ ଦାବି କରି ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ। ସେମାନେ ରାଜପଥ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ମତାମତ ଅପେକ୍ଷାରେ ଥିବା ବେଳେ ଘଟଣାସ୍ଥଳରେ ବସ୍ତା ତହସିଲଦାର ରାଧରଞ୍ଜନ୍ ଦାସ, ଏସଡିପିଓ ବ୍ରଜ ମୋହନ ପ୍ରଧାନ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା ପରେ ଦୀର୍ଘ ଦୁଇ ଘଣ୍ଟା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.