ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଜଳଭଣ୍ଡାରରେ ରିଲ୍ସ ବନାଇବା ହେଲା କାଳ, ଡଙ୍ଗା ବୁଡି ୨ ନାବାଳକ ନିଖୋଜ

Published By : Prameya | February 1, 2025 10:30 PM

ଲମତାପୁଟ, ୧।୨ : ଜଳଭଣ୍ଡାରକୁ ଡଙ୍ଗା ନେଇ ରିଲ୍ସ କରିବା ହେଲା କାଳ। ଜଳଭଣ୍ଡାରରେ ଡଙ୍ଗା ବୁଡିଯିବାରୁ ୨ ଜଣ ନାବାଳକ ନିଖୋଜ ହୋଇଛନ୍ତି। କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରରେ ଏହି ଅଘଟଣ ଘଟିଛି। 

ଜଲାପୁଟ ଗ୍ରାମର ତିନି ଜଣ ନାବାଳକ ମୋବାଇଲରେ ରିଲ୍ସ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝିକୁ ଚାଲିଯାଇଥିଲେ l ସେଠାରେ  କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା l ସ୍ଥାନୀୟ କିଛି ଲୋକ ଡ଼ଙ୍ଗାବୁଡିବା ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଖବର ପାଇ ଗ୍ରାମବାସୀ ଏବଂ ନିଖୋଜ ନାବାଳକଙ୍କ ପରିବାର ବର୍ଗ ନଈକୂଳରେ ପହଞ୍ଚିଥିଲେ। ଜଣେ ନାବାଳକ ପହଁରିକି ଚାଲି ଆସିଥିବା ବେ‌ଳେ ଅନ୍ୟ ୨ ଜଣ ନିଖୋଜ ରହିଛନ୍ତି ।ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.